ପ୍ରାୟ ୧୫ ଫୁଟରୁ ଉର୍ଦ୍ଧ ଲମ୍ବର ଅହିରାଜ ସାପ ଉଦ୍ଧାର
ରାୟଗଡା, ୩୦/୧୦ ( ଭି.ଗୌରୀ ଶଙ୍କର ରାଓ ) : ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଏକ ୧୫ ଫୁଟ ରୁ ଉର୍ଦ୍ଧ ଏକ ଅହିରାଜ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡ଼ା ଯାଇଛି । ମୁନିଗୁଡା ଉପକଣ୍ଠ ଏକ ଘରେ ଏହି କିଙ୍ଗ କୋବ୍ରା ବା ଅହିରାଜ ରହିଥିବା ଦେଖି ପରିବାର ଲୋକେ ମୁନିଖୋଲ ର ସାପ ଧରୁଥିବା ଜଳନ୍ଧର ଗୁମ୍ଫା ନାମକ ଯୁବକକୁ ଡାକିଥିଲେ । ଜଳନ୍ଧର ସେଠାରେ ପହଞ୍ଚି ସାପକୁ ଉଦ୍ଧାର କରିବା ସହ ନିକଟ ମସାଣି ନାଳ ପାଖ ଜଙ୍ଗଲରେ ଛାଡି ଦେଇଥିବା ଜଣା ପଡିଛି। ଏହି ପ୍ରଜାତିର ସାପ ଓଡ଼ିଶାରେ ବହୁତ କମ ଦେଖିବାକୁ ମିଳୁ ଥିବା ବେଳେ ଏହା ଚାଇନା ଜାପାନରେ ଅଧିକ ଦେଖିବାକୁ ମିଳେ। ତେବେ ସାପକୁ ଲୋକେ ଭୟରେ ମାରି ଦେଉଥିବା ବେଳେ ଜଳନ୍ଧର ନାମକ ବ୍ୟକ୍ତି ସାପ ଓ ଲୋକଙ୍କୁ ସୁରକ୍ଷା ଦେଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।