Hot Posts

6/recent/ticker-posts

ଉତ୍କଳ ସମ୍ମିଳନୀର ସ୍ୱର୍ଗତ ବକ୍ସିପାତ୍ର ଜୟନ୍ତୀ ପାଳନ।

ଜୟପୁର, ୩୧।୧୦ ( ଏ. ଭେଙ୍କଟ ରାଓ ) : ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଜୟପୁର ଶାଖା ତରଫରୁ ସ୍ୱର୍ଗତ ହରିଶ ଚନ୍ଦ୍ର ବକ୍ସିପାତ୍ରଙ୍କ ୯୨ ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ବକ୍ସିପାତ୍ର ପାର୍କରେ ସ୍ଥାପିତ ହୋଇଥିବା ପୂର୍ଣ୍ଣ ପ୍ରତିମୂର୍ତ୍ତିରେ ଦୀପ ଧୂପ ପୁଷ୍ପମାଲ୍ୟ ଦେଇ ପାଳନ କରିଛି। ପୂର୍ବତନ ରାଜ୍ୟ ମନ୍ତ୍ରୀ ସ୍ୱର୍ଗତ ବକ୍ସିପାତ୍ର ଉତ୍କଳ ସମ୍ମିଳନୀ ରାଜ୍ୟ ଶାଖାର ସଭାପତି ଥିଲେ ତାଙ୍କର ସୁପୁତ୍ର ଭୃଗୁ ବକ୍ସିପାତ୍ର ପ୍ରତିବର୍ଷ ରାଜ୍ୟ ସ୍ତରରେ ଜୟନ୍ତୀ ପାଳନ କରିଆସୁଛନ୍ତି ଏହି ବର୍ଷ ପୌର ପରିଷଦ ଦ୍ଵାରା ସ୍ୱର୍ଗତ ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାପରେ ସହରରେ ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଜୟପୁର ଶାଖା ତରଫରୁ ପାଳନ କରାଯାଇଛି ଏହି ଅବସରରେ ଉତ୍କଳ ସମ୍ମିଳନୀରୁ ବିନୋଦ ମହାପାତ୍ର ଦେବେନ୍ଦ୍ର ବାହିନୀପତି ମଦନ ମୋହନ ନାୟକ ନବୀନ ମାଦଳା ରାଜେନ୍ଦ୍ର ଗୌଡ ରବି ନାୟକ ସାନ୍ତୁନୁ ପାଣିଗ୍ରାହୀ ମୁନା ରଥ ମିନକେତନ ପରିଛା କୃଷ୍ଣ ହୋତା ରୁନା ମହାପାତ୍ର ଶୁଭେନ୍ଦୁ ବ୍ରହ୍ମ ପ୍ରମୁଖ ଉପସ୍ତିତ ଥିବାବେଳେ ବିଜୁ ଜନତା ଦଳର କେସିସି ବ୍ୟାଙ୍କ ସଭାପତି ଇଶ୍ଵର ପାଣିଗ୍ରାହୀ ରମାକାନ୍ତ ରାଉଳ ଶିବ ପଟ୍ଟନାୟକ ରାମ ପାଣିଗ୍ରାହୀ ପ୍ରମୁଖ ପୁଷ୍ପମାଲ୍ୟ ଦେଇ ସ୍ମୁତି ଚାରଣ କରିଥିଲେ।