ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ
କନ୍ଧମାଳ, ୩୧/୧୦ (ଅଚ୍ୟୁତ ଜାନି) : ଆଜି କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାରେ ଥାନା ଅଧିକାରୀ ଶ୍ରୀ ଚାପଧାରୀ ପ୍ରଧାନଙ୍କ ନେତୃତ୍ବରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଉକ୍ତ ଦିବସ ଅବସରରେ ଶୁକ୍ରବାର ସକାଳ ୭ ଘଣ୍ଟିକା ସମୟରେ ଖଜୁରୀପଡ଼ା ଥାନା ନିକଟରେ ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଶ୍ରୀ ପ୍ରଧାନଙ୍କ ନେତୃତ୍ବରେ ପାଳନ କରାଯାଇଥିଲା । ଦେଶର ଏକତା, ଅଖଣ୍ଡତା ,ସାମ୍ପ୍ରଦାୟିକ ସମନ୍ୱୟକୁ ଶକ୍ତିଶାଳୀ କରିବା ଓ ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସ୍ମରଣ କରିବା ନାଗରିକମାନଙ୍କ ମଧ୍ୟରେ ଜାତୀୟ ଏକତା ଏବଂ ଦେଶପ୍ରେମ ଜାଗ୍ରୁତ କରିବା ହେଉଛି ରାଷ୍ଟ୍ରୀୟ ଏକତା ଦିବସ ପାଳନର ଉଦ୍ଦେଶ୍ୟ । ଏକତା ଦୌଡ : ଏକ ଭାରତ ଏକ ଆତ୍ମନିର୍ଭର ଭାରତ ଆୟୋଜନ କରାଯାଇଥିଲା । ଏହି ଏକତା ଦୌଡ ରେ ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ସମେତ ଏସ ଆଇ ଦୀନବନ୍ଧୁ ପ୍ରଧାନ , ଲୋକାଲ ପୋଲିସ,ଓଏସଏପି ଫୋର୍ସ ଓ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ , ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଯୋଗଦେଇ ଥିଲେ ।