Hot Posts

6/recent/ticker-posts

ଉପାନ୍ତ ରେ ଡିଜିଟାଲ ଇଣ୍ଡିଆ ଫେଲ ୨ ବର୍ଷ ପରେ ବି କାର୍ଯ୍ୟକ୍ରମ ହୋଇପାରୁ ନାହିଁ ମୋବାଇଲ ଟାୱାର

ଝରିଗାଁ ୩୧/୧୦ ( ନକୁଳ ଭତ୍ରା ) : କେନ୍ଦ୍ର ସରକାର ଙ୍କ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଲୋକଙ୍କ ନିକଟରେ ସେବା ପହଞ୍ଚିବା ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ବି ଉପାନ୍ତ ଅଞ୍ଚଳର ଚିତ୍ରକୁ ଦେଖିଲେ ଏହି ଡିଜିଟାଲ ଇଣ୍ଡିଆ ଉପହାସ ପରିମନେ ହୁଏ ନବରଙ୍ଗପୁର ଜିଲ୍ଲା ଉପାନ୍ତ ଅଞ୍ଚଳ କୁହାଯାଉଥିବା ଝରିଗାଁ ବ୍ଳକର ଅନେକ ଅଞ୍ଚଳରେ ପାଜି ପର୍ଯ୍ୟନ୍ତ ମୋବାଇଲ ସେବା ପହଞ୍ଚି ପାରିନାହିଁ । ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ର ବାହାର କର୍ମରୀ ଓ ଗାଇ ବନ୍ଦା ଠାରେ ତିଜିଟାଲ ଇଣ୍ଡିଆ ମାଧ୍ୟମରେ ଦୁର ସଂଚାର ବିଭାଗ ଦ୍ଵାରା ବି ସେ ଏ ନ ଏଲ ଟା ୱାର ସ୍ଥାପନ କରାଯାଇଛି। ହେଲେ ଆଜିକୁ ୨ ବର୍ଷରୁ ଉର୍ଦ୍ଦ ସମୟ ବିତିଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଅବ ହେଲା ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ ଯାହାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ଅସନ୍ତଥି ସନ୍ତୋଷ ଦେଖାଦେଇଛ । ଲୋକଙ୍କୁ ମୋବାଇଲ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଟାୱାର ସ୍ଥାପନ କରାଯାଇ ଥିଲେ ସୁଦ୍ଧା ଲୋକେ ସେବା ପାଇବାରୁ କଞ୍ଚିତ ଅଛନ୍ତି । ଏହି ଟାୱାର କାର୍ଯ୍ୟକ୍ଷମ ହେଲେ ଆଖ ପାଖ ୧୦ରୁ ୧୫ ଖଣ୍ଡ ଗ୍ରାମବାସୀ ଯୋଗା ଯୋଗ ସୁବିଧା ଯାଇ ପାରିବେ ଗ୍ରାମବାସୀଙ୍କ କହିବା ପ୍ରକାର ଟାୱାର କାର୍ଯ୍ୟ ସମ୍ପର୍ଣ୍ଣି ହେଲେ। ପରେ ୫ ରୁ ୭ ଦିନ ପର୍ଯ୍ୟନ୍ତ ନେଟବର୍କ ଛଡାଯାଇଥିଲା। କିନ୍ତୁ ତାହା ବି ଫୋନ କଲ ପାଇଁ ଉଦ୍ଦିଷ୍ଟ ନଥିଲା । ଇଣ୍ଟର ନେଟ କିଛି ମାତ୍ରାରେ ଚାଲିଥିଲା ପରବର୍ତ୍ତୀ ସମୟରେ ବିଭାଗୀୟ କର୍ମ ଚାରି ମାନେ ଟାୱାର କୌଣସି ଜିନିଷ ତୁଟିଥିବା କହି ବନ୍ଧ କରିଦେଇଥିଲେ। ସେବେଠୁ ପଡିରହିଛି। ବିଭାଗୀୟ ଅଧିକାରି ଦୃଷ୍ଟି ପଡୁନାହିଁ । ଯାହା ଫଳରେ ଜରରୀ କାଳୀନ ଅବସ୍ଥିତିରେ ଅନେକ ହଇରାଣ ହେଉଛନ୍ତି। ଲୋକେ ପାହାଡ଼ ଚଢି ନେଟ ୱର୍କ ଖୋଜୁଛୁନ୍ତ ଓ ଗଛ ଚଢି ଫୋନରେ କଥା ହେବାକୁ ପଡ଼ୁଛି । ଛାତ୍ର ଛାତ୍ରୀମାନେ ଅନଲାଇନ ରେ ପାଠ ପଢା ରୁ ବଞ୍ଚିତ ହେବ। ସହିତ ସରକାରୀ କାମରେ ବି ନାକେଦମ ହେଉଛନ୍ତି। ସରକାରୀ କମିଚାରୀମାନେ ତେଣୁ ସମସ୍ତ ଅସୁବିଧକୁ ଦୃଷ୍ଟିରେ ରଖି ମୋବାଇଲ ଟାୱାର ଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତ।