Hot Posts

6/recent/ticker-posts

ଭାରସାମ୍ୟ ହରାଇ ଗଛ କୁ ପିଟିଲା କାର୍ ଜଣେ ମୃତ ୫ ଗୁରୁତର

ଭବାନୀପାଟଣା, ୦୨ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ଭୋର୍ ୫ ଟା ସମୟରେ ଭବାନୀପାଟଣା ରୁ ଭୁବନେଶ୍ୱର କୁ ସଂଯୋଗ କରୁଥିବା ୨୬ ନମ୍ବର୍ ରାଜ୍ୟ ରାଜପଥ ର ଦେହେଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ CG 04 KZ7890 ନମ୍ବର୍ ବିଶିଷ୍ଟ ଏକ ଧଳା ରଙ୍ଗର କାର୍ ରେ ୬ ଜଣ ଯାତ୍ରୀ ମାଲକାନ୍ ଗିରି ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାସ୍ତା କଡ ରେ ଥିବା ଏକ ଗଛ ରେ ପିଟି ହେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଛି। ଅନ୍ୟ ମାନଙ୍କୁ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ