Hot Posts

6/recent/ticker-posts

ଲଗାଣ ବର୍ଷା ସହିତ MIP ଡ୍ୟାମରେ ଅବ୍ୟବସ୍ଥା, ଚାଷୀମାନଙ୍କର କ୍ଷୟକ୍ଷତି

ଝରିଗାଁ, ୦୩ / ୧୦ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଚାଟିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଜାପୁରର MIP ଡ୍ୟାମରେ ଲଗାଣ ବର୍ଷା ଯୋଗୁଁ ପାର୍ଶ୍ଵବର୍ତ୍ତୀ ଚାଷ ଜମି ମାନଙ୍କରେ ଅତ୍ୟଧିକ ପାଣି ହୋଇଥିବା ବେଳେ ଚାଷ ସଂପୂର୍ଣ୍ଣ ଭାବେ କ୍ଷୟକ୍ଷତି ହୋଇଛି। ସୂଚନା ଥାଉ କି, ବିଜାପୁର ଗ୍ରାମର କେତେ ଜଣ ମିଶି ଡ୍ୟାମରେ ମାଛ ଚାଷ କରିଥିବା ବେଳେ ସଂପୂର୍ଣ୍ଣ ରୂପେ ମୁଖ୍ୟ ଗେଟ୍ କୁ ବନ୍ଦ କରି ଦେଇଥିବା ଯୋଗୁଁ ଏ ଭଳିଆ ସମସ୍ୟା ଉପୁଜିଛି। ଅତ୍ୟଧିକ ଲଗାଣ ବର୍ଷା ଯୋଗୁଁ ୪ ଏକର ଧାନ ଚାଷଜମି ପାଣି ବୁଡ଼ି ନଷ୍ଟ ହୋଇଯାଇଛି। ଚାଷ କରିଥିବା ବ୍ୟକ୍ତିମାନେ ବିଜାପୁର ଗ୍ରାମର ଦୁଇ ଜଣ ୱlର୍ଡମେମ୍ବର ଯଥା- ସନ୍ତନ ମାଝୀ ଏବଂ ମତାଇ ଭତ୍ରାଙ୍କ ଜରିଆରେ ସେମାନଙ୍କୁ ବୈଠକରେ ଆସିବା ପାଇଁ ଏବଂ ଆପୋଷ ବୁଝାମଣା ନିମନ୍ତେ ଯେଉଁ କେତେ ଜଣ ମାଛଚାଷ କରିଥିବା ବ୍ୟକ୍ତିମାନଙ୍କୁ ଡ଼କାଯାଇଥିଲା କିନ୍ତୁ ସେମାନେ ଆସିନଥିଲେ। ଯେଉଁ ଚାଷୀଭାଇ ମାନଙ୍କର ଚାଷ ନଷ୍ଟ ହୋଇଛି ସେମାନେ ଦୀର୍ଘ ୩ ରୁ ୪ ଘଣ୍ଟା ଅପେକ୍ଷା କଲା ପରେ ମଧ୍ୟ ନ ଆସିବାରୁ ବାଧ୍ୟ ହୋଇ ଲିଖିତ ଅଭିଯୋଗ କରିବା ପାଇଁ MIP କାର୍ଯ୍ୟାଳୟ, ଉମରକୋଟ ଏବଂ ଥାନାର ଦ୍ବାରସ୍ଥ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଅଭିଯୋଗକାରିମାନେ ହେଲେ ସନ୍ୟାସୀ ମାଝୀ, ବସମନ ମାଝୀ,ଧନପତି ମାଝୀ,ମନ୍ଦର ମାଝୀ,ମାଙ୍ଗୁ ମାଝୀ,ଅଭି ମାଝୀ,ଲିଖନ ମାଝୀ,କଳା ସୁନ୍ଦର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ବିଭାଗୀୟ ଅଧିକାରୀମାନେ ଏହି ଭଳିଆ ସମସ୍ୟାକୁ କେବେ ସମାଧାନ କରିବେ ତାହା ଦେଖିବାକୁ ବାକି ରହିଲା।