ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଡ୍ୟାନ୍ସ ଧମାକା
କର୍ଲାମୁଣ୍ଡା, ୧୦/୧୦ (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ବେଲପଡ଼ା ଠାରେ ହେଉଥିବା ମାଁ ଗଜଲକ୍ଷ୍ମୀ ପୂଜାର ଅନ୍ତିମ ଦିବସରେ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ଚତୃଭୁଜ ରଣା ଯୋଗଦେଇ ମଞ୍ଚ ଉଦଘାଟନ କରିଥିଲେ I ଏଥିରେ ସମ୍ମାନିତ ଅତିଥି ଭାବେ ଯୁଗଳ କିଶୋର ନାଏକ, ସଞ୍ଜିବ ରଣା, ବସନ୍ତ କୁମାର ସାହୁ, ହୃଷିକେଶ ରଣା, କ୍ଷେତ୍ରମଣି ରଣା, ମନୋଜ ରଣା, କମିଟି ସଭାପତି କପିନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ରହିଥିବା ବେଳ ସମ୍ପାଦକ ମହେଶ୍ୱର ଗହୀର ଅତିଥି ପରିଚୟ ପ୍ରଦାନ କରିଥିଲେ I ଡ୍ୟାନ୍ସ ପ୍ରତିଯୋଗିତାରେ ଜେ.ଟ୍ୱେଣ୍ଟିଟୁ ଗ୍ରୁପ ସଇଁନ୍ତଳା ପ୍ରଥମ, ଅନ୍ଵେଷା ପୁଟେଲ ଦ୍ଵିତୀୟ, କ୍ରେଜି ଗ୍ରୁପ ଖୁସମାଲ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲା I ଶିକ୍ଷକ ତଥା ହାସ୍ୟ ଅଭିନେତା ଲଳିତ ମୋହନ ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ଶିକ୍ଷକ ତଥା କଳାକାର ତରୁଣ କୁମାର ଭୋଇ, ବିଶ୍ୱମ୍ବର ଭୋଇ ଓ ଯୁଗଳ କିଶୋର ନାଏକ ପ୍ରମୁଖ ଦାୟିତ୍ୱ ତୁଳାଇଥିଲେ I ପୂଜା କାର୍ଯ୍ୟରେ କର୍ତ୍ତା ଭାବେ ଚିନ୍ତାମଣି ସାହୁ, ପୂଜକ ଡୋଳାମଣି ପଣ୍ଡିଆ, ଅଞ୍ଜନ କୁମାର ବାଗ, ମୋତିଲାଲ ସାହୁ, ଜଗଦିଶ ରଣା, ନାରାୟଣ ସରାଫ, ନୀଳକଣ୍ଠ ଭୋଇ, ହୃଷିକେଶ ରଣା ପ୍ରମୁଖ ସହଯୋଗ କରିଥିଲେ I