ମାଟିଆ-୧ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ସୁପୋଷଣ ସଚେତନତା ଗୋଷ୍ଠି ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
କେସିଙ୍ଗା, ୧୦ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ମଣ୍ଡଳ ଦେଓଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଟିଆ-୧ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ସୁଷମା ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସୂପୋଷଣ ଗୋଷ୍ଠି ଭିତ୍ତିକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉତ୍କେଲା ମଣ୍ଡଳ ମହିଳା ପରିଦର୍ଶିକା ଶ୍ରୀମତି ସ୍ୱର୍ଣ୍ଣଲତା ଦାସ ଉପସ୍ଥିତ ଥିଲେ। ମାଟିଆ-୧ ଅଙ୍ଗନୱାଡ଼ି କର୍ମୀ ତପସ୍ଵିନୀ ନାଏକ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ। ତାପରେ ଖାଦ୍ୟ ପଦାର୍ଥ ପ୍ରଦର୍ଶନୀ କରି କିଶୋରୀ ବାଳିକା, ଗର୍ଭବତି ମାଁ ଓ ପ୍ରସୂତୀ ମାଁ ଙ୍କ ସ୍ବାସ୍ଥ୍ୟପ୍ରତି ଯତ୍ନ ନେବା, ପୁଷ୍ଟିସାର୍, ଶ୍ୱେତସାର୍, ସ୍ନେହସାର ଯୁକ୍ତ ଖାଦ୍ୟ ନିୟମିତ ଖାଇବା, କଞ୍ଚା ପନିପରିବା, କ୍ଷୀର ଜାତୀୟ ଖାଦ୍ୟ ସହିତ ଫଳମୂଳ ଖାଇବା, ଝିଅ ମାନଂକ ବିବାହ ବୟସ, ଖାଇବା ପୂର୍ବ ରୁ ହାତ ଧୋଇବା ଓ ଶୌଚ ହେବା ପରେ ହାତ ଧୋଇବା, ଲୌହ ବଟିକା, କୃମି ନାଶକ ଔଷଧ ସେବନ ଖାଇବା ତଥା ଦୈନିକ କେତେ ପ୍ରକାର ଖାଦ୍ୟ ଖାଇବା ଆଦି ବିଷୟରେ ବିସ୍ତୃତ ଭାବରେ ଶ୍ରୀମତି ସ୍ୱର୍ଣଲତା ଦାସ ଆଲୋଚନା କରିଥିଲେ। ତାପରେ ସୁପୋଷଣ ସଂପର୍କୀୟ ସଧାରଣ ଜ୍ଞାନ ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମରେ କିଶୋରୀ ବାଳିକା, ଗର୍ଭବତୀ ମାଁ, ପ୍ରସୂତୀ ମାଁ, ସ୍ଵଂୟ ସହାୟକ ଗୋଷ୍ଠୀର ମାଁ,ୱାର୍ଡ ସଭ୍ୟା, ଆଶା କର୍ମୀ ତଥା ଉତ୍କେଲା ମଣ୍ଡଳର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ମାଟିଆ-୧ ଅଙ୍ଗନୱାଡ଼ି କର୍ମୀ ତପସ୍ଵିନୀ ନାଏକ ଆୟୋଜନ କରିଥିବା ବେଳେ ଯମୁନା ତାଣ୍ଡି, ରୀମା ବେହେରା,ମାଳତୀ ବେହେରା, ତେଜ୍ରି ବିଶି, ଚନ୍ଦ୍ରାବତି ହରିଜନ ଓ ପୁଷ୍ପବତି ପଟ୍ଟନାୟକ ପ୍ରମୁଖ ଅଙ୍ଗନୱାଡ଼ି କର୍ମୀ ସହଯୋଗ କରିଥିଲେ।