୧୦ତମ ସାର୍ବଜନୀନ ଦୁର୍ଗାପୂଜା ସିଲେଟପାଲି ଓ ବୁକାଝୁଲା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ
ପଦ୍ମପୁର, ୦୧ / ୧୦ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସିଲେଟପାଲି ଓ ବୁକାଝୁଲା ଠାରେ ୨୮/୦୯/୨୦୨୫ରୁ ଆରମ୍ଭ ହୋଇ ୦୩/୧୦/୨୦୨୫ ରେ ଶେଷ ହେବ l ଏହି ଶାରଦୀୟ ଦୁର୍ଗାପୂଜା ର ସଭାପତି ନୟନ ସାହୁ,ସମ୍ପାଦକ ଗୋକୁଳା ନନ୍ଦ ବଗର୍ତ୍ତୀ, କୋଷାଧକ୍ଷ ଭରତ ଚନ୍ଦ୍ର ବରିହା, ସହ କୋଷାଧକ୍ଷ ପବିତ୍ର ସାହୁ,ଏହି ସାର୍ବଜନୀନ ଦୁର୍ଗାପୂଜା ମେମ୍ବର ନିରଞ୍ଜନ ସାହୁ, ତପନ ଧଳ, ପ୍ରମାନନ୍ଦ ପରୁଆ, ମକରଦ୍ୱଜ ବରିହା, ଦେବରାଜ ନାଗ, ରାଜସିଂ କୁମ୍ଭବାଟିଆ, ଫ୍ଲିପ ବାଗ ଓ ସିଲେଟପାଲି ଓ ବୁକାଝୁଲା ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିବା ବେଲେ ପୂଜକ ଉମାକାନ୍ତ ମିଶ୍ର, ସେବାରମ ଦାଶ, ବିଜୟ ମିଶ୍ର ପୂଜାକାର୍ଯ୍ୟ ତୁଳାଇଥିଲେ l ପାଞ୍ଚ ଦିନ ଧରି ଚାଲିଥିବା ବେଲେ ମୋନରଞ୍ଜ କାର୍ଯ୍ୟକ୍ରମ ଓ ସଂଚାର, ନବଦୁର୍ଗା ନାଟକ ବାଲେଶ୍ୱର (ବସ୍ତା ) ୫ ଦିନ ଧରି ଭକ୍ତ ମାନଙ୍କ ପାଇଁ ମୋନରଞ୍ଜ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା ହୋଇଛି l ମାଁ ଜଗତ ଜନନୀ ଦୁର୍ଗା ଆଶ୍ରିବାଦ ରୁ ଦୁଇ ଗ୍ରାମବାସୀ ଆନନ୍ଦ ର ସହିତ ଉପଭୋଗ କରିବେ l
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ