Hot Posts

6/recent/ticker-posts

କୋରାପୁଟ U-17 ବାଳିକା ଟିମ୍ ପୁରୀ ଟିମ ରୁ 1-0 ଗୋଲ୍ ରେ ବିଜୟୀ

କୋରାପୁଟ, ୨୧ / ୦୯ ( ଗୁପ୍ତ ପ୍ରସାଦ ପତ୍ରିକା / ପଦଲାମ ଦୋରା ) : ରାଜ୍ୟସ୍ତରୀୟ ହକି ଚୟନ ପାଇଁ ଆୟୋଜିତ ଲିଗ୍ ମ୍ୟାଚ୍ ରେ କୋରାପୁଟ ଜିଲ୍ଲାର U-17 ବାଳିକା ଦଳ ପୁରୀ ଜିଲ୍ଲାକୁ 1-0 ଗୋଲ୍ ରେ ପରାସ୍ତ କରି ଗର୍ବର ସହିତ ଆଗକୁ ବଢ଼ିଛି। ଟିମ୍ ର କ୍ୟାପଟେନ୍ ଦୀପ୍ତି ଗୁଣ୍ଠା ନିଜେ ଏକମାତ୍ର ଗୋଲ୍ କରି ଦଳକୁ ବିଜୟ ପ୍ରାପ୍ତ କରିଛନ୍ତି। ପୂର୍ବରୁ ସମ୍ବଲପୁର ବିରୁଦ୍ଧରେ ପ୍ରଥମ ମ୍ୟାଚ୍ ହାରିବା ପରେ ଦଳ ମନୋବଳ ଓ ଦୃଢ଼ ସଙ୍କଳ୍ପ ସହ ଦ୍ଵିତୀୟ ମ୍ୟାଚ୍ ରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଟିମ୍ ମ୍ୟାନେଜର୍ ଶ୍ରୀମତୀ ନିଲମ୍ ବୁଡ୍ ମ୍ୟାଡମ୍ ଏହି ଦଳକୁ ଉତ୍ସାହ ଓ ପ୍ରେରଣା ଦେଇ ନେଇଯାଉଛନ୍ତି। ହକିପ୍ରେମୀ ଶ୍ରୀ ପ୍ରତାପ ଖାଲଖୋ 2-3 ଦିନର ଟ୍ରେନିଂ ମାଧ୍ୟମରେ ଛାତ୍ରୀମାନଙ୍କୁ ନିଜ ଅନୁଭବ ଓ ଶୈଳୀ ଶିଖାଇଛନ୍ତି। ଆସନ୍ତାକାଲି U-17 ଦଳର ଶେଷ ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ଦଳର ମନୋବଳ ଓ ତାଲମେଲ୍ ଦେଖି ଆଶା କରାଯାଉଛି ଯେ ଆଗାମୀ ମ୍ୟାଚ୍ ରେ ମଧ୍ୟ ଭଲ ପ୍ରଦର୍ଶନ ଦେଖିବାକୁ ମିଳିବ। ଏହି ଅବସରରେ ଆଜି ସନ୍ଧ୍ୟାରେ ରାଉରକେଲା ଇଣ୍ଟରସିଟି ରେ U-14 ବାଳକ ଓ ବାଳିକା ଟିମ୍ ସୁନ୍ଦରଗଡ଼ ପାଇଁ ବାହାରିଲେ। ଏହି ଟିମ୍ ସହିତ ଆର୍ଚେରୀ ପ୍ରତିଯୋଗିତା ପାଇଁ ମଧ୍ୟ ଛାତ୍ର ଛାତ୍ରୀମାନେ ଯାଉଛନ୍ତି। ଆସନ୍ତାକାଲି ସେଠାରେ ଆର୍ଚେରୀ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନ ହେବ। ପରବର୍ତ୍ତୀ ମ୍ୟାଚ୍ ପାଇଁ ଶ୍ରୀ କାର୍ତ୍ତିକ ପୁଜାରୀ (DPEO, କୋରାପୁଟ), ଶ୍ରୀ ପ୍ରତାପ ଖାଲଖୋ (ପ୍ରିନ୍ସିପାଲ୍, ସ୍ଵତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୋଟିଆ), ଓ ଅନ୍ୟାନ୍ୟ ବିଦ୍ୟାଳୟର PET ଶିକ୍ଷକମାନେ ଛାତ୍ର ଛାତ୍ରୀଙ୍କୁ କୋରାପୁଟ ଷ୍ଟେସନ୍ ରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

କୋରାପୁଟ ରୁ ଗୁପ୍ତ ପ୍ରସାଦ ପତ୍ରିକାଙ୍କ ସହ ପଦଲାମ ଦୋରା ଙ୍କ ରିପଟ ନବଦୂତ ନ୍ଯୁଜ