କୋରାପୁଟ ଜିଲ୍ଲାରେ ଗୃହରକ୍ଷୀ ପୋଷ୍ଟ ୧୨୫, ଆବେଦନ ୮୦୦୦ରୁ ଉର୍ଦ୍ଧ।
କୋରାପୁଟ, ୨୧ / ୦୯ (ବିପିନ କୁମାର ହିଆଲ) : ଜିଲ୍ଲାର ୧୪ଗୋଟି ବ୍ଲକ ଓ ୪ ଗୋଟି ମୁନିସ୍ପାଲଟିରୁ ଗୃହରକ୍ଷୀ ପଦ ଆଶାୟୀ ପ୍ରାର୍ଥୀ ୧୨୫ଟି ପୋଷ୍ଟ ପାଇଁ ୮୦୦୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଆବେଦନ କରିଥିଲେ କିନ୍ତୁ ଲିଖିତ ପରୀକ୍ଷାରେ ପ୍ରାୟ ଆନୁମାନିକ ୨୦୦ରୁ ୩୦୦ ଯୋଗ ଦେଇନଥିବା ଆଶା କରାଯାଉଛି ୧୨୫ ପୋଷ୍ଟରେ ୧୦୦ ପୁରୁଷ ଓ ୨୫ ମହିଳା ମାନଙ୍କ ପାଇଁ ଅଛି। ଏହି ଲିଖିତ ପରୀକ୍ଷା କୋରାପୁଟ ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୩ କି.ମୀ ଦୂର ଲାଣ୍ଡିଗୁଡ଼ାସ୍ଥିତ ଡି.ଏ.ଭି ସରକାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହେଇଥିଲା । ଜିଲ୍ଲାର ଦୂରଦୁରାନ୍ତ ବ୍ଲକ ଅର୍ଥାତ୍ ବନ୍ଧୁଗାଁ, ନାରାୟଣପାଟଣା, ଲକ୍ଷ୍ମୀପୁର, ଦଶମନ୍ତପୁର, ପଟାଙ୍ଗି, ନନ୍ଦପୁର, କୋଟପାଡ଼,କୁନ୍ଦ୍ରା,ବରିଗୁମ୍ମା ଭଳିଆ ପ୍ରାୟ ୬୦ରୁ ୮୦ କି.ମୀ ଦୂରରୁ ଆସି ଗୃହରକ୍ଷୀ ପୋଷ୍ଟ ପାଇଁ ପ୍ରାୟ ସ୍ନାତକ ଡ଼ିଗ୍ରୀ ଧାରି ଓ ବି.ଏଡ୍ ,ବି.ଟେକ୍ ପିଲାମାନେ ମଧ୍ୟ ଲିଖିତ ପରୀକ୍ଷା ଦେଇଛନ୍ତି। କିନ୍ତୁ ରିକ୍ୟୁଟମେଣ୍ଟ ୫ମ ଶ୍ରେଣୀରୁ ଉର୍ଦ୍ଧ ତେବେ ଏଥିରୁ ଅନୁମାନ କରୁଯେ, ୫ଶ୍ରେଣୀ ପୁରୁଷ ଓ ମହିଳାମାନଙ୍କ ପରିଶ୍ରମ,ଖର୍ଚ୍ଚ ଓ ଆଶା ବେକାର , କାରଣ ଡ଼ିଗ୍ରୀ ପିଲାମାନଙ୍କୁ କୌଣସି ସରକାରୀ ଚାକିରୀ ନମିଳିବାରୁ ସେମାନେ ମଜବୁରିରେ ହୋମ୍ ଗାର୍ଡ ଭଳିଆ ଜୋବ୍ କରି ଆପଣା ପେଟପାଟଣା କରିବାକୁ ହନ୍ତସନ୍ତ ହେଉଛନ୍ତି । ଏହି କେତୋଟି ବର୍ଷ ଭିତରେ ବହୁ ବେକରୀ ସମସ୍ୟା, ଦରଦାମ୍ ବୃଦ୍ଧି ହେବାରୁ ଗରିବ ଓ ସାଧରଣବର୍ଗର ଲୋକେ ବହୁ ହଇରାଣ ହରକତ ହେଉଛନ୍ତି। ତେଣୁ ଆମେ ପରୀକ୍ଷାର୍ଥୀ ସମସ୍ତେ ସରକାରକୁ ଓ ପ୍ରଶାସନକୁ ଜଣାଉଛୁ, ଯେପରି କୌଣସି ଦୁର୍ନୀତି କିମ୍ବା ମନମୁତାବକ ନହେଉ। କିନ୍ତୁ ଜାହା ନ୍ୟାର୍ଯ , ଯୁକ୍ତିଯୁକ୍ତ ଓ ଯୋଗ୍ୟ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ ।
କୋରାପୁଟ ଜିଲ୍ଲା ରିପୋର୍ଟର ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ୍ ନିୟୁଜ୍