Hot Posts

6/recent/ticker-posts

ବଲସକୁମ୍ପା ବିଜେପି ମଣ୍ଡଳ ପକ୍ଷରୁ ଆଡାସିପଡାରେ ବୃକ୍ଷ ରୋପଣ ।

କନ୍ଧମାଳ, ୨୧/୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ବିଜେପି ମଣ୍ଡଳ ପକ୍ଷରୁ ବୃକ୍ଷ ରୋପଣ । ସୂଚନା ପ୍ରକାରେ ଖଜୁରୀପଡ଼ା ବ୍ଲକ ଆଡାସି ପଡା ପଞ୍ଚାୟତର ଘୋଡ଼ା ପଥର, ଆଡାସିପଡା, ପାଣ୍ଡ୍ରାବାଡି, ମଲିକ ପଡାର ଦେବାଳୟ, ଗୋଷ୍ଠୀ କେନ୍ଦ୍ର, ଆରୋଗ୍ୟ ଆୟୁଷ୍ମାନ ମନ୍ଦିର ସମେତ ବିଭିନ୍ନ ସ୍ଥାନରେ ଆମ୍ବ, ଲିଚୁ, ଅଅଁଳା, ପିଜୁଳି, କାଜୁ ପରି ବିଭିନ୍ନ ଚାରା ସମୁଦାୟ ୧୦୦ ଗୋଟି ଚାରା ଲଗାଯାଇଥିଲା । ଏଥିରେ ବଲସକୁମ୍ପା ମଣ୍ଡଳ ସଭାପତି ଶ୍ରୀନିବାସ ପ୍ରଧାନ, ସାଧାରଣ ସମ୍ପାଦକ ଦେବାଶିଷ ସାହାଣୀ, ମଲିକ ପଡା ବୁଥ ସଭାପତି ମନୋଜ ବେହେରା,ଆଡାସିପଡା ବୁଥ ସଭାପତି ପ୍ରଦୀପ ପ୍ରଧାନ, ମହେଶ୍ୱର ପ୍ରଧାନ,ଶ୍ରୀକାନ୍ତ ସେଠୀ,ବୁଲୁ ସାହାଣୀ,ରାଜା ସାହାଣୀ ପ୍ରମୁଖ ଯୋଗଦେଇ ଥିଲେ ।