Hot Posts

6/recent/ticker-posts

"ଏକ ପେଡ ମା କେ ନାମ" ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ l

ପାଇକମାଳ, ୧୮ / ୦୯ ( କୃଷ୍ଣଚନ୍ଦ୍ର ସାହୁ ) : ଗତକାଲି ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ,ପାଇକମାଳ ଠାରେ " ମା କେ ନାମ ଏକ ପେଡ" କାର୍ଯକ୍ରମ ପାଳନ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ସଭା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ସଭାପତିତ୍ଵ କରିଥିଲେ l ମୁଖ୍ୟ ଅଥିତି ଭାବେ ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଦନ ସୁନା ଯୋଗଦାନ ଦେଇ ଥିଲେ l ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ପୂର୍ବତନ ଆବାହକ ତଥା ପ୍ରକୃତି ବନ୍ଧୁ ସାମ୍ବାଦିକ ଶ୍ରୀ ଧିରେନ୍ ମହାନ୍ତି,ସମାଜ ସେବୀ ଗୋବର୍ଦ୍ଧନ ଅଗ୍ରୱାଲ,ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ଆବାହକ ଦୁର୍ଯୋଧନ ପୁଟ୍ଟା, ଶିକ୍ଷାବିଦ ନନ୍ଦଳାଲ ନାୟକ ଯୋଗ ଦେଇ ଛାତ୍ରୀ ଙ୍କୁ ଆଜି ର କାର୍ଯକ୍ରମ ଉପରେ ଆଲୋକ ପାତ କରିଥିଲେ l
ଛାତ୍ରୀ ମାନ ଙ୍କ ମଧ୍ୟରେ ବକୃତା,ରଚନା, ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ପୁରସ୍କାର ବଣ୍ଟନ ହୋଇ ଥିଲା । ବିଦ୍ୟାଳୟ ପରିସର ମଧ୍ୟରେ ମା ଙ୍କ ନାମ ରେ ଗୋଟିଏ ଲେଖାଏ ଗଛ ସମସ୍ତ ଅତିଥି, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀ ବୃକ୍ଷରୋପଣ କରିଥିଲେ l ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଅନିମl ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ