ରାଇଘର ଠାରେ ୯,୩୭୦ ବସ୍ତା ସାର ପହଞ୍ଚିଥିଲା
ରାଇଘର, ୦୧ / ୦୯ ( ଚନ୍ଦନ ଗଣ୍ଡ) : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ସାରର ଅଭାବ ରହିଥିବା ବେଳେ ବର୍ତ୍ତମାନ ୯, ୩୭୦ବସ୍ତା ସାର ପହଞ୍ଚିଛି। ଇଫୋକ ଓ ବିଭିଏଫସିଏଲ ପକ୍ଷରୁ ସାର ଆସିଛି। ଏବେ ସାର ବଣ୍ଟନ ପ୍ରକ୍ରିୟା ସ୍ଵାଭାବିକ ହେବ। ଯଦି ସାର କଳା ବଜାରି ହୁଏ ତାହାଲେ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପହଞ୍ଚିଛି ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି। ସାର ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ସହ ଚାଷୀ ନାନା ସମସ୍ୟା ସମ୍ମୁଖିନ ହେଉଥିଲେ । ଶନିବାର ରାଇଘର ବ୍ଲକକୁ ୪୨୧.୬୫ ମେଟ୍ରିକ୍ ଟନ୍ ୟୁରିଆ ସାର ପହଞ୍ଚିଛି। ଵିଭିଏଫସିଏଲ ପକ୍ଷରୁ ୭ ହଜାର ୭୭୦ ବସ୍ତା ୟୁରିଆ ସାର ଆସିଥିବା ବେଳେ ଏହା ପାଣଗ୍ରାହୀ ଟ୍ରେଡର୍ସ ନିକଟରେ ୬ ହଜାର ୬୬୦ ବସ୍ତା ଓ ସ୍ୱାଇଁଆଣ୍ଟା ସନ୍ସ ଏନ୍ତିରପ୍ରାଇଜେସ ନିକଟରେ ୧ ହଜାର ୧୧୦ ବସ୍ତା ଆସିଛି। ସେହିପରି ଇଫୋକ୍ ପକ୍ଷରୁ ୧୬ ଶହ ବସ୍ତା ସାର ଆସିଛି ସେଥିମଧ୍ୟରୁ ୧୨ ଶହ ଲ୍ୟାମ୍ପସ ଗୋଦମକୁ ଯାଇଛି। ଦୁଇ ହୋଲସେଲର ନିକଟରେ ଆସିଥିବା ସାର ୨୬ ଗୋଟି ପଞ୍ଚାୟତସ୍ତରରେ ଥିବା ରିଟେଲର ନିକଟରେ ସାର ଯୋଗାଇ ଦିଆଯାଉଛି। ଯାହାଦ୍ଵାରା ଗ୍ରାମାଞ୍ଚଳ ଚାଷୀ ସିଧସଳଖ ସରକାରୀ ଦରରେ ସାର ପାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଗକୁ ଆବଶ୍ୟତା ଅନୁଯାୟୀ ପୁଣି ଆସିବ ବୋଲି ଜଣାପଡିଛି। ସୂଚନା ଥାଉ କି, ରାଇଘର ବ୍ଲକର ପ୍ରତି ବର୍ଷ ଟାର୍ଗେଟ ଅନୁଯାୟୀ ସାର ଆସୁଥିବା ବେଳେ ଏଠାରେ କିଛି ଅସାଧୁ ବ୍ୟବସାୟୀ କଳା ବଜାରି କରିବା ଯୋଗୁଁ ସମସ୍ୟା ଦ୍ୱିଗୁଣିତ ହେଉଛି। କୃଷୀ ବିଭାଗରେ କର୍ମଚାରୀ ଅଭାବ ଯୋଗୁଁ ଅସାଧୁ ବ୍ୟବସାୟୀଙ୍କ ରାଜ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସମୟରେ ସାର କଳାବଜାରୀ କଲେ ଦୃଢ଼ କାରଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।