ଜୟପୁର କୁ ମହାନଗର ନିଗମ ଦାବୀ କରିବେ ପୂର୍ବତନ ପୌର ସଭ୍ୟ କମିଟି।
ଜୟପୁର, ୦୧ / ୦୯ ( ଏ. ଭେଙ୍କଟ ରାଓ ) : ପୌର ପରିଷଦର ପୂର୍ବତନ ପୌର ସଭ୍ୟ ସଭ୍ୟା ମାନେ ଏକ ନୂତନ କମିଟି ଗଠନ କରିଛନ୍ତି। ଏହି କମିଟି ବୈଠକରେ ପୂର୍ବରୁ ନେତୃତ୍ୱ ନେଇ ଥିବା ଏକ ଶହରୁ ଉର୍ଦ୍ଧ ପୁରୁଖା ବ୍ୟକ୍ତି ମାନେ ଯୋଗଦେଇ ଥିଲେ। ଏହି କମିଟି ଜୟପୁର ସହରର ବିକାଶ ନିମନ୍ତେ ଯଥାସାଧ୍ୟ ପ୍ରୟାସ କରିବା ସହ ପୌର ପରିଷଦକୁ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପରାମର୍ଶ ଦେବାକୁ ପ୍ରୟାସ କରିବ। ଏହା ସହ ଜୟପୁରକୁ ମହାନଗର ନିଗମ କରିବାକୁ ରାଜ୍ୟ ସରକାରଙ୍କ ଠାରେ ଦାବୀ କରିବା ପାଇଁ ନିଷ୍ପତି ନେଇଛନ୍ତି ଯଦି ସରକାର ଜୟପୁରକୁ ମହାନଗର ନିଗମ ନକରନ୍ତି ତେବେ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ବୋଲି ନିଷ୍ପତି ନେଇଛନ୍ତି। ପୂର୍ବତନ ପୌର ସଭ୍ୟ ସଭ୍ୟା ମାନେ ନିଜ ନିଜ ଅଭିଜ୍ଞତା ଉପସ୍ଥାପନା କରିଥିଲେ। ଏହି ବୈଠକରେ ମିଞ୍ଚାଷିନ ଥିଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବାଲା ରାଇ,ବିନୋଦ ମହାପାତ୍ର, ଡ ସୁରେଶ ଦାସ,ମୁନ୍ନା ରଥ, ବି ପ୍ରସାଦ, ଦୁର୍ଗା ଶର୍ମା ପ୍ରମୁଖ। ଏହି ବୈଠକକୁ ଆୟୋଜନ କରିଥିଲେ ବାଲା ରାଇ।