Hot Posts

6/recent/ticker-posts

ଟଙ୍କା ଦୁଇଗୁଣା କରିବା ଲୋଭରେ, ଠକେଇ ର ଶିକାର

ଝରିଗାଁ, ୨୨ / ୦୯ ( ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରୀଗୁଡ଼ା ଗ୍ରାମରେ ୧ ବର୍ଷ ରେ ଟଙ୍କା ୨ ଗୁଣା ହେବାର ପ୍ରଲୋଭନ ଦେକାଇ ଲକ୍ଷାଧିକ ଟଙ୍କା ଠକେଇ କରାଯାଇ ଥିବା ନେଇ ।ରବିବାର ରାତିରେ ଡାବୁଗାଁ ଥାନାରେ ଅଭଯୋଗ ହୋଇଛି।ସୂଚନା ଯୋଗ୍ୟ ଚୋଲିତ ମାସ ପ୍ରଥମ ସପ୍ତାହରେ କୋଡ଼ିଙ୍ଗା ଥାନା ଅଧୀନ କଟାଗାଁ ଗ୍ରାମର ସମ୍ବଳ ନାୟକ ଡାବୁଗାଁ ଥାନା ଅଧୀନ ବିଜାପୁର , ଡଙ୍ଗରିଗୁଡ଼ା ଗ୍ରାମ କୁ ଆସି ଗ୍ରାମର ଡମ୍ବରୁ ଭତ୍ରାଙ୍କ ସହ ସାକ୍ଷାତ କରି ଏଲ, ଏପ ୱର୍କ ସଂସ୍ଥା ର ମ୍ୟାନେଜର ଅଛି ବୋଲି ପରିଚୟ ଦେଇ କହିଥିଲା। ଯେ ଏହି ସଂସ୍ଥା ରେ ଟଙ୍କା ବିନିଯୋଗ କଲେ ୧ ବର୍ଷରେ ତାଙ୍କ ୨ ଗୁଣା ହେବ । ଏହି ଟଙ୍କା ପ୍ରତି ମାସ କୁ ମାସ ନିଜ ଆକାଉଣ୍ଟ ରେ ଜାମ ହେବ ବୋଲି କହିଥିଲେ।ଏହାପରେ ସମ୍ବଳ ନାୟକ ଏକ link ଡମ୍ବରୁ ଭତ୍ରାଙ୍କ ମୋବାଇଲରେ ଚାଡ଼ିଥିଲେ। ପରେ ସେଇ ଲିଙ୍କରେ ପଇସା ଛାଡ଼ିବାକୁ କହିଥିଲେ । ଏହା ପରେ ଡମ୍ବରୁ ସେହି link ରେ 45,500ଟଙ୍କା ପଠାଇଟିଲେ। ଏହି ପରି ସେଇଗ୍ରମର ବିଶ୍ଵଜିତ ସାବତ 43,100 ଟଙ୍କା link ରେ ଛାଡି ଥିଲେ। ସେହି ପରି ଆଖ ପାଖ ଅଞ୍ଚଳରୁ ପ୍ରାୟ ଅନେକ ଲୋକ ଉକ୍ତ link ରେ ଟଙ୍କା ଜମା କରିଥିବା ସୁଚାନା ମିଲୁଛି।୧ ବର୍ଷ ରେ ଟଙ୍କା ୨ ଗୁଣା ହେବା ଆଶା ରେ ୧୩ ଜଣ ଯୁବକଙ୍କ ର ପ୍ରାୟ ଲକ୍ଷାଧିକ ଟଙ୍କା ଜମା କରିଛନ୍ତି। ପରେ ଯୁବକ ମାନେ ଜାଣିବାକୁ ପାଇଥିଲେ। ଯେ ଏଲ ଏପ ୱର୍କ୍ ସଂସ୍ଥା ଦ୍ୱାରା ଠକେଇ ଜାଣିବାକୁ ପାଇ।ଏନେଇ ଯୁବକ ମାନେ ରବିବାର ରାତିରେ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି।