ପୋଖରୀବନ୍ଦ ଛକରେ ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ
କଳାହାଣ୍ଡି, ୨୨ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ :ପୋଖରୀବନ୍ଦ ଛକରେ ରାସ୍ତାରୋକ ଆନ୍ଦୋଳନ। ଭବାନୀପାଟଣା -ରାୟଗଡା ୬ନମ୍ବର ରାଜ୍ୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲାଞ୍ଜିଗଡ଼ ବ୍ଳକ ପୋଖରୀବନ୍ଧ ପଞ୍ଚାୟତ ର ୧୭ ଗାଁ କୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ। ବାରମ୍ବାର ଅଭିଯୋଗ ପରେ ଆଜି ପର୍ଯ୍ୟନ୍ତ କେହି କର୍ଣ୍ଣପାତ କଲେ ନାହିଁ। ଯାହାଫଳରେ ଆଜି ରାସ୍ତା ରୋକ୍ କରି ଆନ୍ଦୋଳନ ରେ ବସିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ