ପୂର୍ବତନ ସରପଞ୍ଚ ଙ୍କ ପରଲୋକ
ଝରିଗାଁ, ୨୨ / ୦୯ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନରେ ଥିବା ଚାଟି ଗୁଡ଼ା ପଞ୍ଚାୟତ ପୂର୍ବତନ ସରପଞ୍ଚ ଜଗବନ୍ଧୁ ଗାଉଁଟିଆ ଙ୍କ ଗତକାଲି ରାତିରେ ୯ ଘୋଣ୍ଟିକା ସମୟରେ ପରଲୋକ ହୋଇଛି। ସର୍ଗତ ଶ୍ରୀ ଗାଉଁଟିଆ ଜଣେ ବରିଷ୍ଟ ରାଜନେତା ସମାଜସେବୀ ପରୋପକାରୀ ମେଲାପି ଏବଂ ଧର୍ମ ପରାୟଣ ବ୍ୟେକ୍ତି ଥିଲେ।ସେ ୧୯୯୨ ମସିହାରେ ଚାଟି ଗୁଡ଼ା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ପାଞ୍ଚ ବର୍ଷ ଯାଏ ପଞ୍ଚାୟତ ରେ ସୁଶାସନ ସ୍ଥାପନ କରିଥିଲେ।ପରବର୍ତ୍ତୀ ସମୟରେ ଯେତେବେଳେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଙ୍କୁ ନବରଙ୍ଗପୁର ସାଂସଦ ଭାବେ ନିର୍ବାଚିତ କରାଗଲା ।ସେତେବେଳେ ଶ୍ରୀ ଗାଉଁ ଟିଆ ଝରିଗାଁ ସାଂସଦ ପ୍ରତିନିଧି ଭାବେ କାର୍ଯ୍ୟ ତୁଲାଇଥିବା ଜଣାଯାଏ।ଗତକାଲି ରାତ୍ରି ସମୟ ୯ ଘୋଣ୍ଟିକ ସମୟରେ ନିଜ ବାସ ଭବନରେ ହିଁ ୫୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିବା ଶୁଣିବାକୁ ମିଳିଛି। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଅଞ୍ଚଳରେ ଅନେକ ବନ୍ଧୁ ବାନ୍ଧବ ଓ ଜ୍ଞାତି କୁଟୁମ୍ବ ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସ ଭବନରେ ପହୋଞ୍ଚି ଥିଲେ।ପରେ ଅନ୍ତିମ ସଂସ୍କାର ପାଇ ମଶାଣିକୁ ନିଆଯାଇଥିଲା।