ପିକ୍ଅପ୍ ଭ୍ୟାନ୍ ଧକ୍କା ରେ ଦୁଇ ମୃତ ଦୁଇ ଗୁରୁତର, ଘଟଣାସ୍ଥଳ ରେ ଉତ୍ତେଜନା ସ୍ଥିତି
କଳାହାଣ୍ଡି, ୨୨ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ପିକଅପ୍ ଭ୍ୟାନ ବିପରିତ ଦିଗରେ ଆସି ଧକ୍କା ଦେଲା, ଘଟଣାସ୍ଥଳରେ ଦୁଇଜଣ ମୃତ୍ୟୁ, ଦୁଇଜଣ ଙ୍କ ସଙ୍କଟାପନ୍ନ: ଘଟଣାସ୍ଥଲରେ କ୍ଷତିପୂରଣ ଦାବୀରେ ଉତ୍ତେଜନା ସ୍ଥିତି ଲାଗିରହିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ଭୁବନେଶ୍ୱର କୁ ସଂଯୋଗ କରୁଥିବା ୨୬ ନମ୍ବର୍ ରାଜ୍ୟ ରାଜପଥ ର ନର୍ଲା ସହର ର ଦେହେଲି ନିକଟ ରେ ରାମପୁର ପଟୁ ଆସୁଥିବା ଆନ୍ଧ୍ରପ୍ରଦେଶ ର ନମ୍ବର୍ ଥିବା ଏକ ପିକ୍ଅପ ଭ୍ୟାନ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ କୁ ଧକ୍କା ଦେବା ଫଳରେ ବାଇକ ଚାଳକ ଙ୍କ ସହିତ ତାଙ୍କ ଛୋଟ ପୁଅ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ବାଇକ ରେ ଗୋଟିଏ ପରିବାର ର ଚାରିଜଣ ବସିଥିଲେ ଅନ୍ୟ ଦୁଇଜଣ ଙ୍କୁ ଗୁରୁତର ଅବସ୍ଥାରେ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଛନ୍ତି। ନର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ