Hot Posts

6/recent/ticker-posts

୨୪୫ ଛାତ୍ରୀ ଙ୍କୁ ପଢେଇବା ପାଇଁ ଅଛନ୍ତି ୨ ଜଣ ଶିକ୍ଷୟିତ୍ରୀ|କେମିତି ହେବ ପାଠପଢା?

ଝରିଗାଁ, ୧୮ / ୦୯ (ଶେଖର ଖୁରା) : ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ଯୋଗୁଁ ଛାତ୍ରୀମାନଙ୍କ ପାଠପଢାରେ ସମସ୍ୟା ଦେଖା ଦେଉଥିବା ଅଭିଯୋଗ ହୋଇଛି |ପ୍ରଶାସନକୁ ବାରମ୍ବାର ଏହି ସମସ୍ୟାର ସମାଧାନ ପାଇଁ ଜଣେଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି|ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଣୁଆଗୁଡ଼ା ପଂଚାୟତ ଅନ୍ତର୍ଗତ ପଲସଗାଁ ସ୍ଥିତ ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରୁ ଆସିଛି ଏଭଳି ଏକ ଅଭିଯୋଗ|ସୂଚନା ପ୍ରକାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ 1997ମସିହାରେ ଏଠାରେ ଏକ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଥିଲା |
ବର୍ତମାନ ଉକ୍ତ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ମିଶି 245ଜଣ ପଢ଼ୁଥିବା ବେଳେ, ଶ୍ରେଣୀ ଗୃହ ମଧ୍ୟ ଦୁଇଟା ରହିଛି |ବିଦ୍ୟାଳୟ ପରିସରରେ ସମସ୍ତ ସୁବିଧା ରହିଥିବା ବେଳେ ଶିକ୍ଷକ ସମସ୍ୟା ବର୍ତମାନ ବିଦ୍ୟାଳୟ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି |245ଜଣ ଛାତ୍ରୀଙ୍କୁ ପଢେଇବା ପାଇଁ 8ଜଣ ଶିକ୍ଷକର ଆବଶ୍ୟକ ଥିବା ବେଳେ ବିଦ୍ୟାଳୟରେ ଅଛନ୍ତି ମାତ୍ର 2ଜଣ ଶିକ୍ଷୟିତ୍ରୀ |ତେଣୁ ଛାତ୍ରୀ ମାନଙ୍କୁ ପାଠ ପଢେଇବାରେ ବଡ଼ ସମସ୍ୟା ହେଉଥିବା ଅଭିଯୋଗ ହେଉଛି |ପ୍ରକାଶ ଥାଉକି 2024-25ଶିକ୍ଷା ବର୍ଷରେ ଶିକ୍ଷୟିତ୍ରୀ ମାନଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ବିଦ୍ୟାଳୟର ପାସ ହାର ଶତ ପ୍ରତିଶତ ରହିଥିଲା |ତେଣୁ ବିଦ୍ୟାଳୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦେବାକୁ ଦାବୀ ହେଉଛି |
ଜିଲ୍ଲା ପ୍ରତିନିଧି ଶେଖର ଖୁରା ଙ୍କ ରିପୋର୍ଟ |