Hot Posts

6/recent/ticker-posts

କେକେରିଙ୍ଗିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ "ଏକ ପେଡ ମା କେ ନାମ" କାର୍ଯ୍ୟକ୍ରମ

କନ୍ଧମାଳ, ୧୮/୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଡିମ୍ବିରି ଗୁଡା ପଞ୍ଚାୟତ କେକେରିଙ୍ଗିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ "ଏକ ପେଡ ମା କେ ନାମ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ ମାନ୍ୟବର ଯସ୍ୱଶୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ "ଏକ ପେଡ ମା କେ ନାମ ୨.୦ " ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସାରା ରାଜ୍ୟରେ ଚାଲିଥିବାବେଳେ ବୁଧବାର ଦିନ କେକେରିଙ୍ଗିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ବିଦ୍ୟାଳୟ ପରିସର ମଧ୍ୟରେ ୫୦ ଗୋଟି ବିଭିନ୍ନ ଚାରା ରୋପଣ କରାଗଲା । ପ୍ରଧାନ ଶିକ୍ଷକ ଶ୍ରୀ ନିକୁଞ୍ଜ ବେହେରାଙ୍କ ତତ୍ତ୍ୱାବଧାନରେ ଶ୍ରୀପଲ୍ଲା କ୍ଲଷ୍ଟରର ଆଞ୍ଚଳିକ ସାଧନ କର୍ମୀ ଶ୍ରୀ ପଞ୍ଚାନନ ଗନ୍ତାୟତ , ଶିକ୍ଷୟିତ୍ରୀ,ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ପାଚିକା ସହାୟିକା, ଛାତ୍ରଛାତ୍ରୀ ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।