Hot Posts

6/recent/ticker-posts

ଚାକିରି ନଦେବାରୁ ବିସ୍ଥାପିତଙ୍କ ନାଲକୋ ରାସ୍ତା ଅବରୋଧ,

କୋରାପୁଟ, ୧୫ / ୦୯ ( ରଜତ ବାଘ  ) : କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦାମନଯୋଡି ଠାରେ ଅବସ୍ଥିତ ଏସିଆ ମହାଦେଶର ସର୍ବବୃହତ ଆଲୁମିନା ପ୍ରକଳ୍ପ। ଏହି ପ୍ରକଳ୍ପ ବର୍ଷକୁ କୋଟି କୋଟି ଟଙ୍କା ଆୟ କରୁଥିବା ପ୍ରକାଶ କରେ। ଏଠାରେ ଯେଉଁ ମାନଙ୍କ ଭିଟା ମାଟି ଉପରେ ପ୍ରକଳ୍ପ ଠିଆ ହେଇଛି ସେମାନଙ୍କୁ ଅବହେଳିତ କରାଯାଇଛି।ନିୟମ ଅଛି ଚାକିରି ଦେବା ପାଇଁ କିନ୍ତୁ କିଛି ସ୍ଥାନୀୟ ଲୋକଙ୍କୁ ଲଲିପପ୍ ସଦୃଶ୍ୟ ମାତ୍ରାଧିକ ନିଯୁକ୍ତି ଦେଇ ଲୋକଙ୍କୁ ଚୁପ୍ କରାଇ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନୂତନ ପୀଡି ଜାଗୃତି ହେଇ ଆଜି ନିଯୁକ୍ତି ଦାବି ନେଇ ରାଜ ରାସ୍ତା କୁ ଅଲ୍ଲାଇଛନ୍ତି। ଆଂଶିକ ଜମି ହରା ଏଵଂ ସମ୍ପୂର୍ଣ୍ଣ ଜମିହରା, ମହିଳା ମାନଙ୍କ ସମେତ ବୃଦ୍ଧା ମାନେ ମଧ୍ୟ ମିଳିତ ଭାବେ ଧାରଣ ଦେଇଥିବା ଦେଖା ଦେଉଛି। କିନ୍ତୁ କଥାରେ ଅଛି ସତ କେବେ ଲୁଚି ରହି ନାହିଁ। ତାହା ଆଜି ପ୍ରମାଣିତ ହୋଇଛି। ବିକ୍ଷବ କରୀଙ୍କ ମତ ଅନୁସାରେ , ଦୀର୍ଘ 40 ବର୍ଷ ଧରି ଆମକୁ ଚାକିରି ଦବ ବଲି ନାଲକୋ ଆମକୁ ଠକୁଛି, କିଛି ବ୍ୟକ୍ତି ଦୁନିଆରେ ଆଉ ନାହାନ୍ତି କିଛି ବ୍ୟକ୍ତିଙ୍କ ବୟସ 70 କୁ ଟପିଲାଣି ତ ଆଉ କିଛି ରଗରେ ପିଡୀତ ହେଇ ପଙ୍ଗୁ ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ ଜୈନୀକ ବ୍ୟକ୍ତିଙ୍କ ନାତି, ନାତୁଣୀ ମାନେ ଉତ୍ତରାଧିକାରୀ ଭାବେ ରାସ୍ତାକୁ ଅଲ୍ଲାଇ ଅଛନ୍ତି। ସେମାନଙ୍କ ନାରା ହେଉଛି , ବଞ୍ଚିତ ଥିବା ଲୋକଙ୍କୁ ଚାକିରି ଦିଅ ନଚେତ୍ ଆମ ଜମି ଆମକୁ ଫେରାଇ ଦିଅ, ନାଲକୋ ତୁମ ମନମୁଖୀ ଶାସନ ଚଳିବ ନାହିଁ , ନାଲକୋ ମ୍ୟାନେଜମେଣ୍ଟ ଡାଉନ୍ ଡାଉନ୍ , ନାଲକୋ ମ୍ୟାନେଜମେଣ୍ଟ ଥୁ ଥୁ । ଅଞ୍ଚଳ ବାସୀଙ୍କ ପ୍ରତି ନାଲକୋର ଏହିପରି ନୀତିକୁ ସାଧାରଣ ଲକେ ନାପସନ୍ଦ କରିଛନ୍ତି। କୋରାପୁଟ ରୁ ରଜତ ବାଘଙ୍କ ରିପୋର୍ଟ୍ ନବଦୂତ ନ୍ୟୁଜ ଓଡ଼ିଶା।

ଦାମନଯୋଡି ରୁ ରଜତ ବାଘ ଙ୍କ ରିପୋର୍ଟ ନବଦୂତ news