କୋରାପୁଟ କଳାନିକେତନ ଛକରେ ଦୁଇ ବାଇକ୍ ମୁହାମୁହିଁ — ଜଣେ ଯୁବକଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ
କୋରାପୁଟ, ୧୫ / ୦୯ ( ଗୁପ୍ତ ପ୍ରସାଦ ପତ୍ରିକା ) : ଗତକାଲି ସଂଦ୍ଧ୍ୟା ୬.୩୦ ସମୟରେ କୋରାପୁଟ ସହର ର କଳାନିକେତନ ଛକ ଠାରେ ଦୁଇଟି ବାଇକ୍ ଦୃତ ଗତିରେ ମୁହା ମୁହିଁ ଧକ୍କା ହେବା ଫଳରେ ନେହେରୁ ନଗର ର ଜଣେ ଯୁବକ .ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଆଘାତ ହେଇ ମେଡ଼ିକାଲ ର ଭର୍ତ୍ତି ହେଇଛନ୍ତି.। ପ୍ରତ୍ୟକ୍ଷ ଦର୍ଶିଙ୍କ କହିବା ଅନୁଯାଇ ଦୁଇଟ ବାଇକର ବେଗ ଅତ୍ଯଧିକ ଓ ଅନ୍ୟ ମନସ୍ଥ ହୋଇ ଚଲାଉ ଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ବୋଲି ଉପସ୍ଥିତ ଲୋକମାନଙ୍କ ଆଲୋଚନା ରୁ ଜଣାପଡିଛି , ଏହି ଦୁର୍ଘଟଣା ହେବାଦ୍ବାରା ଜାତୀୟ ରାଜପଥ କିଛି ସମୟ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା , କିଛି ସମୟ ପରେ ଯାନବାହାନ ଚଳାଚଳ ସ୍ଵାଭାବିକ ହୋଇ ଥିଲା । କ୍ରମାନ୍ୱୟରେ କୋରାପୁଟ ସହର ମଧ୍ୟରେ ଅଘଟଣ ଘଟୁଥିବାରୁ କୋରାପୁଟ ବାସୀ ଙ୍କ ମନରେ ଏକ ଭୟର ବାତାବରଣ ଦେଖାଯାଇଛି ।
କୋରାପୁଟରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପୋର୍ଟ Nabaduta News,