ଟାଉନ ପୋଲିସର ଆମ ପୋଲିସ ସମିତି ବୈଠକ
ଜୟପୁର, ୧୪।୯ ( ଏ. ଭେଙ୍କଟ ରାଓ ) : ସ୍ଥାନୀୟ ଜେଏଲସି ସଭାଗୃହରେ ଜୟପୁର ଟାଉନ ଥାନା ପୋଲିସ ତତଫରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିବା ବେଳେ ମଞ୍ଚାସିନ ଏସଆଇ ସିଦ୍ଧାନ୍ତ ବେହେରା, ରୁଚିକାନ୍ତ ମହାକୁରମ, ନବିନ ଚନ୍ଦ୍ର ଚୌଧୁରୀ, ଆର ପାଙ୍ଗି, ଏଏସଆଇ ସତ୍ୟବାଦୀ ନାୟକ, ଡି ପି ପଣ୍ଡା, କେ ସିହେଚ ମିଶ୍ର ସପନ କୁମାର ମିଶ୍ର ଏହି ଅବସରରେ ସ୍ଥାନୀୟ ଜୟପୂର ଜେଏଲସିର କାର୍ଯ୍ୟକର୍ତ୍ତା ଡିନ ହିମଙ୍ଗୁ ଶେଖର ଚଣ୍ଡାଲ କୋଷାଧ୍ୟକ୍ଷ ଜସବିର ଡାନିଏଲ ପୌଲ ସମ୍ପାଦକ ପ୍ରଫୁଲ୍ଲ କୁମାର ଭୋତ୍ରା ସଭାପତି ସିନିଅର ସିଟିଯେନ ଉଜ୍ୱଳ ଖୁରା ସଭାପତି ଖ୍ରୀଷ୍ଟିଆନ ଗ୍ରାମ ପଞ୍ଚାୟତ ସୁଧାଂଶୁ ଶେଖର ସିତାରାମ ପ୍ରମୁଖ ଉପସ୍ଥିତ ରୋହୀ ନିଜ ନିଜ ମତ୍ତ ବ୍ୟକ୍ତ କରିଥିଲେ।ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଆଗତ ହୋଇଥିବା ଅଭିଯୋଗ ଏବଂ ପ୍ରସ୍ତାବ ଗୁଡ଼ିକ ସମ୍ବନ୍ଧେ କୋହିଥିଲେ ସିନିଅର ସିତିଜେନ କାର୍ଡ ପାଇଁ ନିର୍ଦ୍ଧାରିତ ଦରଖାସ୍ତ ଫର୍ମରେ ଆବେଦନ କଲେ ପୋଲିସ ପ୍ରଶାସନ ତରଫରୁ ଯୋଗାଇ ଦିଆଯିବ। ରାତ୍ରରେ ମଦୁଆଙ୍କ ଉପଦ୍ରବ ସ୍ଥାନୀୟ ଲୋକେ ହିଁ ସମାଧାନ କରିପାରିବେ ସୁଚୋନା ଦେଲେ ଆମ ପୋଲିସ ତୁରନ୍ତ ପହଞ୍ଚିବ। ପୋଲିସ ପ୍ରଶାସନ ତରଫରୁ ଏକ ଫୋନ ନଂ କୁ ତୁରନ୍ତ କୋଲ କଲେ ଆମ ପୋଲିସ ପୋହଞ୍ଚିବ ଏବଂ ଏହି ସୂଚନା ଦାତାଙ୍କ ନାମ ଗୋପନ ରୋଖାଯିବ ଏହା ସହ ଅପରାଧ ରୋକିବାକୁ ପୋଲିସ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।