Hot Posts

6/recent/ticker-posts

ରଙ୍ଗୀନ ଦଶହରା ପାଇଁ ଆଜ୍ଞାମାଳ।

ଜୟପୁର, ୧୪।୯ ( ଏ. ଭଙ୍କଟ ରାଓ ) : ରାଜ ରାଜୁଡ଼ା ଅମଳରୁ ଚାଲି ଆସୁଥିବା ଜୟପୁରର ରଙ୍ଗୀନ ଦଶହରା ପୂଜା ପାଇଁ ମା ଭଗବତି ଙ୍କ ପିଠରୁ ଆଜ୍ଞାମାଳ ନେଇ ଦଶହରା ପୂଜା ଏବଂ ପର୍ବ ଆରମ୍ଭ କରିବା ବିଧି ଏବଂ ପରମ୍ପରା ରୋହିଥିବା ବେଳେ ଆଜି ଜୟପୁର ବିଧାୟକ ମା ଭଗବତିଙ୍କ ଠାରୁ ଆଜ୍ଞାମାଳ ପାଇ ବିଭିନ୍ନ ଦେବାଦେବୀ ମାନଙ୍କ ପୀଠକୁ ନିମନ୍ତ୍ରଣ ଦେବାକୁ ଆରମ୍ଭ କରିଛନ୍ତି। ଏହି ଆଜ୍ଞାମାଳ ପାଇବା ଅବସରରେ ଜୟପୁର ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ନିହାର ରଞ୍ଜନ ବିଶୋଇ, ଗଙ୍ଗା ସାହୁ, ପିଲୁ ମହାପାତ୍ର ଦେବୋତ୍ତର ବିଭାଗର କୃଷ୍ଣ ଚନ୍ଦ୍ର ଦାସ, ମୁନ୍ନା ଦାସ, ସିଦ୍ଧଦାସ ପରିଛା ପ୍ରମୁଖ ଉପସ୍ଥିତ ଥିଲେ। ମୂଳାଅଷ୍ଟମୀ ଠାରୁ ସମସ୍ତ ପିଠରେ ଦଶହରା ପୂଜା ବିଦ୍ଧି ଆରମ୍ଭ କରିଛନ୍ତି। ଶାନ୍ତି ଶୃଙ୍ଖଳା ସହ ଜୟପୁରର ରଙ୍ଗୀନ ଦଶହରା ପାଳନ କରିବାକୁ ବିଧାୟକ ନିବେଦନ କରିଥିଲେ।