ନୃସିଂହନାଥରେ ସଂଯୁକ୍ତ କୃଷକ ସଂଗଠନର ‘ନୁଆଁଖାଇ ଭେଟଘାଟ', ୧୦୯ ବର୍ଷିଆନ ଶ୍ରୀପତି ପଧାନ ଙ୍କୁ ସମ୍ବର୍ଦ୍ଧନା
ପାଇକମାଳ, ୧୯ / ୦୯ ( କୃଷ୍ଣଚନ୍ଦ୍ର ସାହୁ ) : ସଂଯୁକ୍ତ କୃଷକ ସଂଗଠନ ତରଫରୁ ଆଜି ପଶ୍ଚିମ ଓଡିଶା ପବିତ୍ର ପୀଠ ନୃସିଂହନାଥ ରାମଚଣ୍ଡୀ ମନ୍ଦିର ଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ପ୍ରଗତିଶୀଳ 17 ଗୋଟି କୃଷକ ସଂଗଠନର 400 ପ୍ରତିନିଧି ଯୋଗ ଦେଇଥିଲେ। ସଭାରେ ପ୍ରଥମେ ମାଁ ରାମଚଣ୍ଡୀ ଏବଂ ସମଲେଶ୍ୱରୀ ଦେବୀଙ୍କୁ ପୂଜାର୍ଚନା କରି ସଭା ଆରମ୍ଭ କରାଯାଇ 109 ବର୍ଷିଆନ ଶ୍ରୀପତି ପଧାନ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଧାନ ପଞ୍ଜିକରଣ ଙ୍କୁ ତୁରନ୍ତ ଆରମ୍ଭ କରାଯାଉ, ସୁଲଭ ମୂଲ୍ୟ ରେ ରାସାୟନିକ ସାର ଯୋଗାଇ ଦିଆଯାଉ, ମାଣ୍ଡିଆଢିପା ଠାରେ ପୂର୍ବ ସରକାରଙ୍କ ଦ୍ୱାରା ଘୋଷିତ ଆଡିବନ୍ଧ ଙ୍କୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ, ଖାଦ୍ୟର ଗୁଣବତ୍ତା ବଜାୟ ରଖିବା ପାଇଁ ଆମେ ସମସ୍ତେ ପ୍ରାକୃତିକ ବା ଜୈବିକ ଚାଷ କରିବା ନିଷ୍ପତ୍ତି ନିଆଯାଛି ଏବଂ ବରଗଡ଼ ଜିଲ୍ଲାକୁ କୃଷି ଜିଲ୍ଲା ଘୋଷଣା କରାଯାଉ,ପରେ ବକ୍ତା ମାନେ ଚାଷୀମାନଙ୍କୁ ସଂଗଠିତ କରି ହକ ଅଧିକାର ସଚେତନତା ପାଇଁ ଗାଁ ଗାଁ ରେ ସର୍ବ ସମ୍ବତ କ୍ରମେ ସଭାସମିତି କରିବା ପ୍ରସ୍ତାବ ପାରିତ କରାଗଲା।ଏହି କାର୍ଯ୍ୟକ୍ରମ ରେ ଉପଦେଷ୍ଟା ରମେଶ ମହାପାତ୍ର, ଅଶୋକ ସାହୁ, ଅଜିତ ଶତପଥୀ, ଉତ୍ପନ୍ନ ଭୋଇ, ରାଜେନ୍ଦ୍ର ଦେହେରୀ, ଅଭିମନ୍ୟୁ ପଧାନ, ଥବିର ସାହୁ, ସୁବାସ ବିଶ୍ୱାଳ, ଟିକେଲାଲ ମିଶ୍ର, ସୁଦାମ ପାତ୍ର, କାରଣ ସାହୁ, ତପନ ମିଶ୍ର, ସୁବାସ ପଧାନ, ସାମନ୍ତ ସାହୁ, ମୁରଲୀ ଭୋଇ, ଅରବିନ୍ଦ ପଣ୍ଡା, ବୀରବଳ ମହାକୁଡ଼, ବୈଲୋଚନ ଭୋଇ, ବିଚିତ୍ରାଣନ୍ଦ ପାତ୍ର, ରୋହିତ ପଧାନ ବକ୍ତବ୍ୟ ରଖିଥିବା, ଭୋଜନ ବ୍ୟବସ୍ଥା ରେ ଚିତ୍ତରଞ୍ଜନ ପଧାନ, ମନୋଜ ବାରିକ, ଦୀନବନ୍ଧୁ ବାରିକ ବେଳେ ଲିଙ୍ଗରାଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ