ବିଜୟା ଦଶମୀ ଉପଲକ୍ଷେ ଶିବଶକ୍ତି ଯୁବକ ସଂଘର ବହି ପୂଜା
କନ୍ଧମାଳ, ୧୪/୯ ( ଅଚ୍ୟୁତ ଜାନି ) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନପଡ଼ା ଶିବ ଶକ୍ତି ଯୁବକ ସଂଘ ତରଫରୁ ଚାଳିଶି ତମ ଦୁର୍ଗା ପୂଜା ଉପଲକ୍ଷେ ଅଷ୍ଟାଦଶ ଅବଦାନ ନିମନ୍ତେ ଏକ ସାମାଜିକ ନାଟକ " ଦୁଃଖ ସରିବନି ମାରିବା ଯାଏ " ନିର୍ଦେଶକ ସନ୍ତୋଷ କୁମାର ସାହୁଙ୍କ ଉପସ୍ଥିତିରେ ବହି ପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନାଟ୍ୟ ସଭାପତି ଦେବାନନ୍ଦ ବେହେରା, କମିଟି ସଦସ୍ୟ ଅଶ୍ୱିନୀ ପ୍ରଧାନ, ସରୋଜ ଦଳବେହେରା, ଅମିତ ଭୋଇ, ବିଜୟ କଂହର, ଏବଂ ଯାତ୍ରା କଳାକାର ଉପସ୍ଥିତ ଥିଲେ । ଏହି ନାଟକ ଆସନ୍ତା ଅକଟୋବର ମାସ ପାଞ୍ଚ ତାରିଖରେ ମଞ୍ଚସ୍ଥ ହେବାର ଅଛି ବୋଲି ନାଟ୍ୟ ସଭାପତି ସୂଚନା ଦେଇଛନ୍ତି । ଶ୍ରୀ ସାହୁ ଗତ ୧୯୯୬ ମସିହାରେ ଏହି ଜାଗାରେ ଅନୁଷ୍ଠିତ ସାମାଜିକ ନାଟକ "ଶରଧା ବାଲିରେ ଭାଇ ଭଉଣୀ " ବହିରେ ନିର୍ଦେଶନା ଦେଇଥିଲେ । ଦୀର୍ଘ ଅଣତିରିଶି ବର୍ଷ ପରେ ନିର୍ଦେଶନା ଦେବେ ଏହି ନିର୍ଦେଶକ । ବହି ପୂଜା କାର୍ଯ୍ୟକ୍ରମ ସାରିବା ପରେ ସମସ୍ତ କଳାକାର ନିର୍ଦେଶକ ଶ୍ରୀ ସାହୁଙ୍କୁ ଗୁରୁ ପୂଜନ କରିଥିଲେ । ଏହି ଗୁରୁ ପୂଜନ କାର୍ଯ୍ୟକ୍ରମରେ ପୁରାତନ କଳାକାର ବିନୋଦ ବିହାରୀ ନାଏକ, ରାଜେନ୍ଦ୍ର ନାରାୟଣ ବେହେରା, ପ୍ରଦୀପ୍ତ କୁମାର ଦିଗାଲ, ପ୍ରମୁଖ ଉପସ୍ଥିତ ଥିଲେ ।