ଜୟପୁର ପୌର ପରିଷଦରେ ସ୍ଵାୟତ୍ତ ଶାସନ ଦିବସ ପାଳିତ।
ଜୟପୁର, ୦୧ / ୦୯ ( ଏ. ଭେଙ୍କଟ ରାଓ ) :ଜୟପୁର ପୌର ପରିଷଦରେ ସ୍ଵାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୌର ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ ବି ସୁନୀତା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ସହ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂଜା ରାଉତ ମୁଖ୍ୟ କିରାଣୀ ପୌର ଯନ୍ତ୍ରି ଚୈତନ୍ୟ ବାସ୍କି ଏବଂ ପ୍ରତାପ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ।ପୌର ପରିଷଦର ସମସ୍ତ ପାରିଷଦ ଏବଂ କିଛି ପୌର କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ପରିସରରେ ରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସହରରେ ସ୍ଥାପିତ ହୋଇଥିବା ପୂଜ୍ୟପୂଜା ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ଆଭସି ମାଧ୍ୟମରେ ଶୁଭେଛା ଜଣାଇଲେ।