Hot Posts

6/recent/ticker-posts

ମୟୂରଭଞ୍ଜରେ ୨ ଯୁବକ, ୧ ମହିଳାଙ୍କୁ ଗ୍ରାମ କଙ୍ଗାରୁ କୋର୍ଟରେ ନିର୍ମମ ମାଡ଼

ଯଶିପୁର, ୧୪ / ୦୯ ( ଆକାଶ କୁମାର ଦାସ ) : ଯଶିପୁର ଥାନା ସୀମାଭୋଗରେ ବେଗୁନିଆ ଗ୍ରାମରେ ଶୁକ୍ରବାର ଅବୈଧ ସମ୍ପର୍କ ସନ୍ଦେହରେ ୨ ଯୁବକ ୧ ମହିଳାଙ୍କୁ କଙ୍ଗାରୁ କୋର୍ଟରେ ନିର୍ମମ ଭାବେ ପିଟାଯାଇଥିଲା । ୨୫ ବର୍ଷୀୟା ମହିଳା ଜଣେ ସ୍ଥାନୀୟ ବଜାରରେ କିଣାକାଟି ପାଇଁ କଶିପାଳ ଗ୍ରାମରୁ ନିଜର ୨ ଆତ୍ମୀୟଙ୍କୁ ଡାକିଥିଲେ I କିଣାକାଟି ସମ୍ପୂର୍ଣ୍ଣ କରିବା ପରେ ଅପରାହ୍ନ ୪ଟା ସମୟରେ ସେମାନେ ବାଇକରେ ଗ୍ରାମକୁ ଫେରୁଥିବା ବେଳେ, ମହିଳାଙ୍କ ସହ ୨ ଯୁବକଙ୍କୁ ଦେଖ୍ କିଛି ସ୍ଥାନୀୟ ଓ  ପରିବାର ସଦସ୍ୟମାନେ ସେମାନଙ୍କୁ ଅଟକାଇଥିଲେ, ପରେ ସେମାନଙ୍କୁ ବିଦ୍ୟୁତ୍ ଖୁଣ୍ଟ ରେ ବାନ୍ଧି ଲାଠି, ରଡ୍ ଏବଂ ଚପଲ ଦ୍ବାରା ନିର୍ମମ ଭାବେ ପିଟାଯାଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ସୂଚନା ପାଇ ପରେ, ସନ୍ଧ୍ୟାବେଳେ ଯଶିପୁର ପୋଲିସ୍ ଘଟଣା ସ୍ଥଳ ରେ ପହଁଚି, ପୀଡିତମାନଙ୍କୁ ଉଦ୍ଧାର କରି ଯଶିପୁର CHC କୁ ଭର୍ତ୍ତି ର୍ତ୍ତି କରିଥିଲେ।ମହିଳାଙ୍କ ଆତ୍ମୀୟଙ୍କ ଲିଖିତ ଅଭିଯୋଗ ଉପରେ ପୋଲିସ୍ ଶନିବାର ୧ଜଣଙ୍କୁ ଗି ଗିରଫ କରିଛନ୍ତି ।  କରଞ୍ଜିଆ SDPO ନବକୃଷ୍ଣ ନାୟକ କହିଛନ୍ତି, “ଭିଡିଓରେ ଦେଖାଯାଇଥିବା ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ପରିଚୟ କରାଯାଇ ଗିରଫ କରାଯିବ।"