ମୟୂରଭଞ୍ଜର ବାଙ୍ଗିରିପୋଷି – ଯଶିପୁର ଘାଟିରାସ୍ତା ଗର୍ତ୍ତ ରେ ଯନ୍ତ୍ରଣାଦାୟକ
ବାଙ୍ଗିରିପୋଷି, ୧୪ / ୦୯ ( ଆକାଶ କୁମାର ଦାସ ) : ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ରୁ ଯଶିପୁର ପର୍ଯ୍ୟନ୍ତ ଘାଟି ରାସ୍ତା ବିଶାଳ ରାସ୍ତା ଗର୍ତ୍ତରେ ଭରି ଯାଇଛି। ଏହି କାରଣରୁ ଯାତ୍ରୀମାନେ ଭାରି କଷ୍ଟ ଓ ବିଳମ୍ବରେ ଗନ୍ତବ୍ୟସ୍ଥଳକୁ ପହଁଚୁଛନ୍ତି I NHAI ଦ୍ବାରା ପରିଚାଳିତ ଜାତୀୟ ରାଜପଥ ୪୯ (NH-49) ଉପରେ ଥିବା ଏହି ଅଂଶରେ ବଡ଼ ବଡ଼ ରାସ୍ତା ଗର୍ତ୍ତ ରୁ ଗାଡ଼ିମାନେ କଛପଗତିରେ ଚଲିବାକୁ ବାଧ୍ଯ ଇଁ ବାରିପଦା କରଞ୍ଜିଆ ରୁଟ୍ରେ କଳାବାଡିଆ, ବିଶୋଇ ଓ ଯଶିପୁର ରେ ୩ଟି ଟୋଲ୍ଗେଟ୍ ଥିବା ସତ୍ତ୍ବେ, ଯାତ୍ରୀମାନେ ପଇସା ଦେବାକୁ ବାଧ୍ଯ । ରାସ୍ତାର ଅବସ୍ଥା ସୁଗମ ଯାତ୍ରା ପାଇଁ ଅଯୋଗ୍ୟ ହୋଇପଡ଼ିଛି। ସେହିପରି, ବାଙ୍ଗିରିପୋଷି ଘାଟି ଅଂଶରେ ବନବିଭାଗର କ୍ଲିୟାରେନ୍ସ୍ ପାଇବା ପରେ ବଡ଼ ପରିମାଣରେ ଗଛକଟା ଚାଚାଲିଛି, ଯାହା ପ୍ରସ ପ୍ରସ୍ତାବିତ ରାଜପଥ ବିସ୍ତାର ପ୍ରକଳ୍ପର ଅଂଶ । ଯାତ୍ରୀମାନଙ୍କ ପ୍ରଶ୍ନ -ବିସୋଇରୁ ରୁ ଯଶିପୁର ପର୍ଯ୍ୟନ୍ତ ରାସ୍ତା କାହିଁକି ଏତେ ଦୟନୀୟ ଅବସ୍ଥାରେ ଅଛି? “ଏଠିରେ ରାସ୍ତା ନାହିଁ , ରାସ୍ତା ଗର୍ତ୍ତ ରହିଛି, ଆମେ ବାଧ୍ଯ ହୋଇ ବସ୍ ଚଲାଉଛୁ," ବୋଲି ଚାଳକ କରୁଣାକର ରାଉତ କହିଛନ୍ତି I ଅନେକ ଯାତ୍ରୀ ରାସ୍ତାର ମରାମତି ହେବା ପର୍ଯ୍ୟନ୍ତ ଟୋଲ୍ ଆଦାୟ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।