ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ
ଡାବୁଗାଁ, ୨୮/୦୯ (ନକୁଳ ଭତରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମାରେ ଥିବା ଏକ ମୋଟରସାଇକେଲ ମରାମତି ଦୋକାନରେ କାମ କରୁଥିବା ଜଣେ ଯୁବକଙ୍କୁ ବିଦ୍ୟୁତ ଆଘାତରେ ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି। ସେ ହେଲେ ଝରିଗାଁ ବ୍ଳକ ଅନ୍ତର୍ଗତ ଧୋଡ୍ରା ପଞ୍ଚାୟତର ଭିମା ଗୁଡା ଗ୍ରାମ ର ଶିବୁ ହରିଜନ (୨୦) ସୂଚନାନୁସାରେ ଡାବୁଗାଁ ର ଏକ ମୋଟର ସାଇକେଲ ମରାମତି ଦୋକାନର ଶିବୁ କାମ କରୁଥିଲେ। ଶନିବାର ଅପରାହ୍ନରେ ୩ ଟାରେ କାମ କରୁଥିବା ସମୟରେ ହଠାତ ବିଦ୍ୟୁତ ସ୍ପର୍ଶରେ ଆସି ଗୁରୁତର ଅବସ୍ଥାରେ ଦେଖି ପଡ଼ୋଶୀ ଦୋକାନୀମାନେ ତାଙ୍କୁ ସାଙ୍ଗେ ସାଙ୍ଗେ ଡାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।ଏହା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ସନ୍ଧ୍ୟାର ପରିବାର ଲୋକେ ପହଞ୍ଚିଥିଲେ।ଏହାପରେ ମୁତ୍ୟୁ ଙ୍କ ବାପା ମଙ୍ଗୁଳୁ ହରିଜନ ଡାବୁଗାଁ ଥାନାରେ ଏକ ଏତଲା ଦେଇଥିଲେ। ଏନେଇ ଥାନା କେସ ନଂ ୩୩/୨୫ ରେ ଏକ ଅପମୃତ୍ୟୁ ମାମଳା ରୂଜୁ କରାଯାଇଥିଲା। ଆଜି ରବିବାର ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ଥାନ୍ତର କରାଯାଇଛି।