Hot Posts

6/recent/ticker-posts

ଲଗାଣ ବର୍ଷାରେ ଧୋଇଗଲା ପୋଲ ଯାତାୟତ ବାଧାପ୍ରାପ୍ତ ।

କନ୍ଧମାଳ, ୨୮/୯ (ଅଚ୍ୟୁତ ଜାନି) : ଲଗାଣ ବର୍ଷାରେ ଧୋଇଗଲା ପୋଲ ଯାତାୟତ ବାଧାପ୍ରାପ୍ତ । ସୂଚନା ପ୍ରକାରେ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ଯୋଗୁଁ ପାଣି ଦିନକୁ ଦିନ ବୃଦ୍ଧି ପାଉଥିବା ଫଳରେ ଆଜି ଅପରାହ୍ନରେ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ନନ୍ଦିନୀ ଗ୍ରାମରେ ସ୍କୁଲ ଠାରୁ ବନ୍ଧସାହି ରାସ୍ତା ଠାରେ ଥିବା ପୋଲଟି ଧୋଇ ହୋଇଯାଇଛି । ଯାହା ଫଳରେ ଲୋକ ମାନେ ଯିବା ଆସିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ପ୍ରଶାସନ ଏହି ଅସୁବିଧାକୁ ଅନୁଧ୍ୟାନ କରି ସମାଧାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।