Hot Posts

6/recent/ticker-posts

ଆଦି କର୍ମଯୋଗୀ ପରିଚାଳନା କମିଟି ଗଠିତ ସଭାପତି ମକର, ସମ୍ପାଦକ ଭୋଜରାଜ

ସିନାପାଲି, ୨୮/୦୯ (ଶୋଭାରାମ ମହାନନ୍ଦ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡ଼ା ଶ୍ରୀ ମା ବେଲାରାଣୀ ଯୁବକ ସଂଘ କାର୍ଯ୍ୟାଳୟ ଠାରେ ଚଟିଆଗୁଡ଼ା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କଳ୍ପଲତା ସାଗରଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଦିକର୍ମ ଯୋଗୀ ଯୋଜନା ସଂପର୍କୀତ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଥିଲା। ବୈଠକ ପ୍ରାରମ୍ଭରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହିତ ଆଦି କର୍ମଯୋଗୀ ଯୋଜନା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ଜନସାଧାରଣଙ୍କୁ ବୁଝାଇଥିଲେ। ଏହା ପରେ ଯୋଜନା ସମ୍ପର୍କରେ ଅଙ୍ଗଦରାମ ମାଝୀ, ପଦ୍ମଲୋଚନ ମାଝୀ, ପୂର୍ଣ୍ଣଚନ୍ଦ୍ର ମାଝୀ, ଚିକନୁ ମାଝୀ ନିଜର ବ୍ୟକ୍ତିଗତ ମତାମତ ଦେବା ସହିତ ଯୋଜନା ସମ୍ପର୍କରେ ବିଶଦ ଭାବରେ ଆଲୋକପାତ କରି ଉପସ୍ଥିତ ଜନସାଧାରଣଙ୍କୁ ଶତପ୍ରତିଶତ ଭାବରେ ଯୋଗଦାନ କରି ଯୋଜନାର ଲାଭ ଉଠେଇବାକୁ ଆହ୍ଵାନ କରିଥିଲେ। ଏହି ଅବସରରେ ଆଦିକର୍ମ ଯୋଗୀ ଯୋଜନାର ପରିଚାଳନା କମିଟି ଗଠନ ହୋଇଥିଲା। ସଭାପତି ମକରଧ୍ବଜ ମାଝୀ, ଉପ ସଭାପତି ସୌଭାଗ୍ୟ ମାଝୀ, ସମ୍ପାଦକ ଭୋଜରାଜ ମାଝୀ, ସହ ସଂପାଦକ ଅମ୍ବିକା ମାଝୀ, କୋଷାଧ୍ୟକ୍ଷ ବ୍ରହ୍ମାସିଂ ମାଝୀ ଙ୍କୁ ପରିଚାଳନା କମିଟି ଭାବେ ଚୟନ ତଥା ମନୋନୀତ କରାଗଲା। ସେହି ପରି ଆଦି ସହଯୋଗୀ ଭାବେ ସରପଞ୍ଚ ରଙ୍ଗିତା ପାତ୍ର, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କଳ୍ପଲତା ସାଗର, ଯୋଗାଣ ସହାୟକ ମନୋଜ ପାତ୍ର, ଏମବିକେ ସତ୍ୟଭାମା ମେହେର, ପ୍ରାଣୀ ମିତ୍ର ଜୟନ୍ତ ଶା, ଶିକ୍ଷୟତ୍ରୀ କମଳା ମାଝୀ ଓ ଶିକ୍ଷକ ଅନିଲ କୁମାର ମାଝୀ, ପିଏଚଇଓ ଅଙ୍ଗଦ ରାମ ମାଝୀ, ଆଶା ତୁଳସୀ ମାଝୀ ଙ୍କୁ ମନୋନୀତ କରାଯାଇଛି। ଏହି ବୈଠକରେ ବରିଷ୍ଠ ଶିକ୍ଷାବିତ ଚିକନୁ ମାଝୀ, ପୂର୍ବତନ ସରପଞ୍ଚ ମହେଶ୍ୱର ମାଝୀ, ନାଏକ ସରପଞ୍ଚ ବିରବାହୁ ମାଝୀ, ଲୋକନାଥ ମାଝୀ , ରଘୁମଣି ମାଝୀ, ୱାଡ ମେମ୍ବର ମେଘନାଥ ମାଝୀ ସମେତ ଶତାଧିକ ଲୋକ ଉପସ୍ଥିତ ରହିଥିଲେ ।।