Hot Posts

6/recent/ticker-posts

ବିଜେପିର ସେବା ପକ୍ଷରେ ରକ୍ତଦାନ ଶିବିର।

ଜୟପୁର, ୧୯।୯ ( ଏ. ଭେଙ୍କଟ ରାଓ ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ଜୟପୁର ବିଜେପି ୧୭ ତାରିଖ ରୁ ୨ ତାରିଖ ଶାସ୍ତ୍ରୀ ଜୟନ୍ତି ପର୍ଯନ୍ତ ସେବା ପକ୍ଷ ପାଳନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅଗ୍ରସେନ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜୟପୁରର ରାଜ୍ୟ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ସାମନ୍ତରାୟ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଦ୍ବୀପ ପ୍ରଜ୍ବଳନ କରିଥିଲେ। ଏହି ଶିବିରକୁ ଜୟପୁର ନଗର ବିଜେପି ସଭାପତି ଏସ ମୋନୋଜ ଏବଂ ସାଥୀ ବିଜେପି କର୍ମୀ ମିନକେତନ ଦାସ, ମଧୁ ହିଆଲ, ପି ବ୍ରହ୍ମାଜି, ସାବିତ୍ରୀ ବେହେରା , ରାମୁ ବେହେରା , ଏ ଇଶ୍ଵର ରାଓ, ସୁରଭି ପାଣି ମାନେ ଆୟୋଜନରେ ସହଯୋଗ କରିଥିଲେ। ଏହି ରକ୍ତଦାନ ଶିବିରରେ ସମୁଦାୟ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ଜୟପୁର ରକ୍ତଭଣ୍ଡାରର ଡାକ୍ତର ଏସ ଏସ ମିଶ୍ର ଏବଂ ଅଭୟ ସାହୁ ଡ଼ାନିୟେଲଙ୍କ ସହ ଚିକିତ୍ସାଳୟ କର୍ମଚାରୀ ମାନେ ସହଯୋଗ କରିଥିଲେ।