Hot Posts

6/recent/ticker-posts

ତିନି ଗ୍ରାମର ନିଷ୍ପତି, ବିବାହ, ଦଶାହ ଓ ନାମକରଣରେ ମାଛ-ମାଂସ ରନ୍ଧା ବନ୍ଦ

ଝରିଗାଁ, ୧୯ / ୦୯ ( ନକୁଳ ଭତ୍ରା ) : ନବରଙ୍ଗପୁର ଝରିଗାଁ ବ୍ଲକ ଅନ୍ତର୍ଗତ ପରିଆ ଅଲେଖ ମହିମା ଧ୍ବନି ମନ୍ଦିର ପରିସରରେ ତିନି ଗ୍ରାମର ସର୍ବସାଧାରଣ ଙ୍କ ମିଳିତ ଭାବେ ଏକ ବୈଠକ ବସି ବିବାହ , ଦଶାହ ,ନାମକରଣ,କାର୍ଯ୍ୟରେ ମାଛ, ମାଂସ,ରନ୍ଧା ବନ୍ଧ କରିବା ନିମନ୍ତେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଜଗବନ୍ଧୁ ପୂଜାରୀ ସଭାପତିତ୍ଵରେ ସଭାକୁ ପରିଚାଳନା କରିଥିଲେ। ପରିଆ, ବକଡା ବେଡ଼ା, ଜାମଗୁଡ଼ା, ର ସର୍ବସାଧାରଣ ତଥା ପୂଜାରୀ,ଚାଲାଣ, ଗାଉଁଟିଆ, ଉପସ୍ଥିତି ରେ ବୈଠକ କରାଯାଇଥିଲା।ଏଥିରେ ପ୍ରତ୍ୟେକ ସମାଜ ତଥା ଭତରା,କଳାର, ଗୌଡ, ଗଣ୍ଡ,ହରିଜନ, ଉପସ୍ଥିତ ରହି ପୁଙ୍କାନୁପୁଙ୍କ ଆଲୋଚନା ପରେ ନିଷ୍ପତି ନିଆଯାଇଥିଲା ଯେ ଗ୍ରାମରେ କୌଣସି ସମାଜ ରେ ମାଛ, ମାଂସ ରନ୍ଧା, ବାହାଘରେ, ଦଶାହ,ନାମକରଣ କାର୍ଯ୍ୟରେ ବନ୍ଧ କରାଯାଉ ବୋଲି ଗ୍ରାମର ମୁଖିଆମାନେ କହିଥିଲେ।ଏଥିରେ ତିନି ଗ୍ରାମର ମୁଖିୟାଙ୍କୁ ନେଇ ଏକ ନୂତନ କମିଟି ଗଠନ କରାଯାଇଛି।ତିନୋଟି ଗାଁ ର ସବୁ ସମାଜର ୧୫, ୧୫ ଜଣକୁ ଗାଁ ର କମିଟି ରେ ସାମିଲ କରାଯାଇଛି। କମିଟି ର ସଦସ୍ୟ ମାନେ ହେଲେ, ସଭାପତି,ନର ଭତରା,ଉପସଭାପତି,ପିତାମ୍ବର ମାଝୀ, ସମ୍ପାଦକ,ଜଗବନ୍ଧୁ ପୂଜାରୀ,ନକୁଳ ମାଝୀ, ଜାମ ଗୁଡ଼ା ର ସାରେଙ୍ଗ ପୂଜାରୀ, ପ୍ରଭୁ ମାଝୀ,ଅଭି ମାଝୀ,କାଶୀନାଥ ଭତରା,ନିଧି ଭତରା,ନକୁଳ ମାଝୀ, ଧନୁର୍ଜୟ ଭତରା, ବାକଡା ବେଡା ର ଚତୁର ପୂଜାରୀ,ପିତାମ୍ବର ମାଝୀ,ପୂର୍ଣ୍ଣ କଳାର,ବଳି ସମାରଥ,ପଦମ୍ ଭତରା, ଦେବିସିଂ ଭତରା, ନାସିଂ କଳାର,ଦେବିଶିଂ ଗାଣ୍ଡା, ବୁଦୁରା ପୂଜାରୀ, ତୁଲାରାମ ଭତରା,ଇଶର ଭତରା, ରାଜମନ୍ ଭତରା, ଆନନ୍ଧ ଭତରା ସମେତ ତିନି ଗ୍ରାମର ପ୍ରମୂଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।