Hot Posts

6/recent/ticker-posts

ମହାଆଡମ୍ବରରେ ଦେବଶିଳ୍ପୀ ଭଗବାନ ବିଶ୍ୱାକର୍ମାଙ୍କ ପୂଜା ଅନୁଷ୍ଠିତ।

ଜୟପୁର, ୧୭|୯ ( ଏ. ଭେଙ୍କଟ ରାଓ ) : ସହରର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ମହା ଆଡ଼ମ୍ବରରେ ପାଳନ କରାଯାଇଛି। ରାସ୍ତା ଓ ଗୃହନିର୍ମାଣ କାର୍ଯ୍ୟାଳୟ, ଗ୍ରାମୀଣ ଜଳଯୋଗାଣ କାର୍ଯ୍ୟାଳୟ, ଜନ ସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଓହେଚପିସି କାର୍ଯ୍ୟାଳୟ, ରାଜ ମିସ୍ତ୍ରୀ ମିଳିତ ଶ୍ରମିକ ସଂଘ, ସ୍ଥାନିୟ ନିର୍ମାଣ ଶ୍ରମିକ ସଂଘ, ବଢେଇ ସଂଘ ଏବଂ ସ୍ବର୍ଣ୍ଣକାର ମାଲିକ ଏବଂ କର୍ମଚାରୀ ସଂଘ ର କାଯ୍ୟକର୍ତ୍ତା ମାନେ ପ୍ରତି ବର୍ଷ ଭଳି ମହାଆଡମ୍ବରରେ ଦେବଶିଳ୍ପୀ ଭଗବାନ ବିଶ୍ଵକର୍ମାଙ୍କ ପୂଜାଅର୍ଚନା କରିଛନ୍ତି।ପ୍ରତିବର୍ଷ ଭଳି ଦରିଦ୍ର ନାରାୟଣଙ୍କ ସେବା ଏବଂ ୫୦୦୦ ଜଣ ଶ୍ରଦ୍ଧାଳୁଙ୍କ ପାଇଁ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ।ସ୍ବର୍ଣ୍ଣକାର ସଂଘର ସଭାପତି ଶ୍ରୀବ୍ରହ୍ମାଜି ଭଗବାନ ବିଶ୍ଵକର୍ମାଙ୍କ ଆଶୀର୍ବାଦରୁ ଆମ ମାନଙ୍କ ସହ ସଂସାରର ସମସ୍ତ ଜନଙ୍କୁ ସୁଖ ଏବଂ ସମୃଦ୍ଧିରେ ଭରିବାକୁ ପ୍ରାର୍ଥନା କରିଥିଲେ।