Hot Posts

6/recent/ticker-posts

ଗଞ୍ଜାମ ରେ ସମ୍ବର୍ଦ୍ଧିତ ହେଲେ କୋରାପୁଟ ଜିଲ୍ଲା ସଭାପତି

କୋରାପୁଟ, ୨୮ / ୦୯ ( ଗୁପ୍ତ ପ୍ରସାଦ ପତ୍ରିକା ) : ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ୩୩ ତମ ବାର୍ଷିକ ଉତ୍ସବ ଓ ସମ୍ବିଧାନିକ ସମ୍ମିଳନୀ ସ୍ଥାନୀୟ ଏନ୍ ଜି ଓ ହଲ୍ ଗେଟ୍ ବଜାର ଛକ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି, ଏଥିରେ ଉଦ୍ଘାଟକ ଭାବେ ଶ୍ରୀ ରବିନ୍ଦ୍ରନାଥ ପ୍ରଧାନ ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ଯୋଗଦାନ କରିଥିଲେ, ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ସଭାପତି ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଓଡ଼ିଶା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ, ଶ୍ରୀ ନଳିନୀକାନ୍ତ ଓଝା, ରାଜ୍ୟ ସାଧାରଣ ସମ୍ପାଦକ ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଓଡ଼ିଶା ମୁଖ୍ୟ ବକ୍ତା,ଶ୍ରୀ ଏ ସନ୍ୟାସି ରାଓ , ପୁର୍ବତନ ସଭାପତି ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା, ଶ୍ରୀ ଲକ୍ଷ୍ମଣ ମଲ୍ଲିକ ପୁର୍ବତନ ସମ୍ପାଦକ ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା, ଶ୍ରୀ ପର୍ଶୁରାମ ପାତ୍ର କାର୍ଯ୍ୟକାରୀ ସଭାପତି ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, ଶ୍ରୀ କେ ଟୁନା ଦୋରା ଉକ୍ତ ବୈଠକରେ ସଭାପତିତ୍ବ କରିଥିଲାବେଳେ ଶ୍ରୀ ଦୟାନିଧି ପାଢ଼ୀ ସମ୍ପାଦକ ବିବରଣୀ ପାଠ କରିଥିଲେ, କର୍ମଚାରୀ ମାନଙ୍କର ବିଭିନ୍ନ ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା , ଶ୍ରୀ ଦାଶ୍ ରାଜ୍ୟ ସଭାପତି ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଅନୁରୋଧ କରିଥିଲେ , ଶ୍ରୀ ଶଶୀଭୂଷଣ ଦାଶ୍ ରାଜ୍ୟ ସଭାପତି ଙ୍କୁ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା, ତତ୍ ସହିତ ଯେଉଁ ମାନେ ଚାକିରି ରୁ ଅବସର ଗ୍ରହଣ କରିଥିଲେ ସେମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଜରିଆରେ ଜିଲ୍ଲା ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା, ପରି ଶେଷରେ ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ର କର୍ମକର୍ତ୍ତା ନିର୍ବାଚନ/ ଚୟନ କରାଯାଇଥିଲା ରାଜ୍ୟ ସଂଘ ଉକ୍ତ ତାଲିକା କୁ ଅନୁମୋଦନ କରିଥିଲେ