Hot Posts

6/recent/ticker-posts

ଲକ୍ଷାଧିକ ଟଙ୍କାର ବାଣ ଫୋଟକା ଜବତ

କର୍ଲାମୁଣ୍ଡା, ୨୯/୯ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ପୋଲିସ ତେରେସିଂହା ବେଲପଡ଼ାର ଜନୈକ ବ୍ୟବସାୟୀ ରାକେଶ କେଡିଆଙ୍କ କଲୋନୀପଡ଼ାସ୍ଥିତ ଦୋକାନ ଗୋଦାମ ଘରୁ ପୁଳାପୁଳା ବାଣ ଜବତ କରିଛି I ସେଠାରୁ ଲକ୍ଷାଧିକ ଟଙ୍କାର ବାଣ ଫୋଟକା ଜବତ ହୋଇଥିବା ଫାଣ୍ତି ଅଧିକାରୀ ମନୁଆ ବିଡ଼ିକା ସୂଚନା ଦେଇଛନ୍ତି I ଏହି ଚଢ଼ାଉରେ ଫାଣ୍ଡି ଅଧିକାରୀଙ୍କ ସମେତ କନଷ୍ଟେବଳ ଭୁବନେଶ୍ୱର ମାଝୀ ସଂଜୀବ ସାହୁ, ଜ୍ୟୋତିର୍ମୟ ମହାନନ୍ଦ, କୈଳାସ ପୁଟେଲ ପ୍ରମୁଖ ସାମିଲ ଥିଲେ I