ଅବୈଧ ହାତରନ୍ଧା ଦେଶୀ ମଦ ଜବତ ୨ ଗିରଫ
ସିନାପାଲି, ୧୩/୦୯ (ଶୋଭାରାମ ମହାନନ୍ଦ) : ନୂଆପଡା ଜିଲ୍ଲା ସିନାପାଲି ପୋଲିସ କର୍ମଚାରୀ, ନୂଆପଡା ମୋବାଇଲ ୟୁନିଟ କର୍ମଚାରୀ ମିଲିତରେ ସିନାପାଲି ଅତିରିକ୍ତ ତହସିଲଦାର ମନୋରଞ୍ଜନ କେରକେଟାଙ୍କ ଉପସ୍ଥିତିରେ ଅବୈଧ ହାତରନ୍ଧା ଦେଶୀ ମଦ ତିଆରି କରୁଥିବା ପୃଥକ୍ ପୃଥକ୍ ସ୍ଥାନରେ ଚଢାଉ କରାଯାଇଥିଲା। ପ୍ରଥମେ ସିନାପାଲି ସ୍ଥାନା ଅନ୍ତର୍ଗତ ରାଣୀମୁଣ୍ଡା ବନାଞ୍ଚଳ ଠାରେ ଚଢାଉ କରାଯାଇ ୬୫୦ କି. ଗ୍ରାମ ର ମଦ ତିଆରି କରିବା ସକାଶେ ବ୍ୟବହୃତ କାଚା ଦ୍ରବ୍ୟ ଓ ୪୦ ଲିଟର ଅବୈଧ ଭାବରେ ତିଆରି ଦେଶୀ ମଦ ଜବତ କରାଯାଇଥିଲା। ପରେ ଖଇରପଦର ଜଙ୍ଗଲାଞ୍ଚଳରେ ଚଢାଉ କରି ୩୬୦୦ କି. ଗ୍ରାର ମଦ ତିଆରି କରିବା ସକାଶେ ବ୍ୟବହୃତ କାଚା ଦ୍ରବ୍ୟ ଓ ୯୦ ଲିଟର ଅବୈଧ ହାତରନ୍ଧା ଦେଶୀ ମଦ ଜବତ କରାଯାଇଥିଲା। କିନ୍ତୁ ଖଇରପଦର ଠାରେ ତିଆରି ମଦ ର ମାଲିକ ହୀନ ହେତୁ ଏକ ମାମଲା ରୁଜୁ କରି ମଦ ସହିତ କାଚା ତଥା ଖମିରି ଥିବା କାଚା ଦ୍ରବ୍ୟକୁ ଧ୍ବଂସ କରି ଦିଆଯାଇଥିବା ଜଣାଯାଏ। ରାଣୀମୁଣ୍ଡା ଜଙ୍ଗଲାଞ୍ଚଳରେ ତିଆରି କରି ବିକ୍ରି ତଥା ପରିବହନ କରୁଥିବାରୁ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଳନା କରାଯାଇଛି। ପବନ ମାଝୀ ଗ୍ରାମ- ନାଏକ ପଡ଼ା(ରାଣୀମୁଣ୍ଡା) ପାଖରୁ ୧୦ ଲିଟର ଅବୈଧ ହାତରନ୍ଧା ଦେଶୀ ମଦ ଜବତ କରି ପିଆର ସଂଖ୍ୟା ୧୬୭/୨୫-୨୬ ରେ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଶିବରାମ ମାଝୀ ଗ୍ରାମ- ମାଝିପଡ଼ା(ରାଣୀମୁଣ୍ଡା) ଠାରୁ ୧୫ ଲିଟର ହାତରନ୍ଧା ଦେଶୀ ମଦ ଜବତ କରି ପିଆର୍ ସଂଖ୍ୟା ୧୬୮/୨୫-୨୬ ରେ ଏକ ମାମଲା ରୁଜୁ କରାଯାଇଛି। ଏହି ଅଭିଯାନ ସମୟରେ ଦୁଇ ଦାବିକୃତ ଅଭିଯୁକ୍ତ ଙ୍କୁ ଅବୈଧ କାରବାର ସ୍ଥାନରେ ଧରି ଓଡିଶା ଅକ୍ସାଇଜ ଆଇନ ୨୦୦୮ର ଧାରା ୫୨(କ)(୧) ଅନୁଯାୟୀ ଅବୈଧ ହାତରନ୍ଧା ଦେଶୀ ମଦ ରଖିବା, ବିକ୍ରି କରୁଥିବା ହେତୁ ବିଭିନ୍ନ ମାମଲା ପଞ୍ଜିକରଣ କରାଯାଇଛି। ଏହି ଚଢାଉରେ ସିନାପାଲି ଅବକାରୀ ଓଆଇସି ସିଦ୍ଧାନ୍ତ ପାତ୍ର, ମୋବାଇଲ ଇନ୍ସପେକ୍ଟର ସୁରେଶ ଚନ୍ଦ୍ର ତାଣ୍ଡି, ଏଏସଆଇ ରେବତୀ ଦୁର୍ଗା, ଚଞ୍ଚଳା ପାଢ଼ୀ, ହିରାବତି ଥାତି, ମଳୟ ମହାନ୍ତି, ମୁରଲୀ ଧର ଶବର, ପୁରୋହିତ ବନ୍ଦିଛୋର, ଧନରାଜ ଦଣ୍ଡସେନା ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।