ଲୋକ ଅଦାଲତରେ ପରିବାରିକ ବିବାଦର ସମାଧାନ — ଆବେଦନକାରୀଙ୍କୁ ଆଶାର ସନ୍ଦେଶ
ରାୟଗଡ଼ା, ୧୩ / ୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଙ୍କ ତତ୍ତ୍ୱାବଧାନରେ ପରିଚାଳିତ ୩ୟ ୨୦୨୫ ଜାତୀୟ ଲୋକ ଅଦାଲତ ଅବସରରେ ରାୟଗଡ଼ ପରିବାର ଅଦାଲତ ତରଫରୁ ଦୀର୍ଘ ଦିନ ଧରି ଚାଲି ଆସୁଥିବା ସମୁଦାୟ ୯ ଗୋଟି ପାରିବାରିକ ମାମଲା ସମାଧାନ ହୋଇପାରିଛି, ତନ୍ମଧ୍ୟରୁ ୭ଟି ଭରଣ ପୋଷଣ ମକଦ୍ଦମା ଥିଲାବେଳେ ଅନ୍ଯ ୨ଗୋଟୀ ଦେୱାନି ମକଦ୍ଦମା ଅଟେ ଉଲ୍ଲେଖନିୟ ଯେ ଉକ୍ତ ଲୋକ ଅଦାଲତ ରେ, ପରିବାର ଅଦାଲତ ବିଚାରପତି ଶ୍ରୀ ସଂଜିତ୍ କୁମାର ବେହେରା ଏବଂ କାଉନସିଲର ଆଶା ଆକାଶ ଗୁରୁ ଙ୍କ ଉଦ୍ୟମ ଯୋଗୁଁ ବହୁ ଦିନର ପାରିବାରିକ ସମସ୍ୟା ସମାଧାନ ହୋଇ ପାରିଛି । ପ୍ରକାଶ ଥାଉକି ଉକ୍ତ ଲୋକ ଅଦାଲତରେ ବକେୟା ଭରଣ ପୋଷଣ ବାବଦକୁ ସମୁଦାୟ ୧,୬୧,୫୦୦/- ଏକ ଲକ୍ଷ ଏକ ସଠୀ ହଜାର ପାଚଂ ଶହ ଟଙ୍କା ବିଭିନ୍ନ ଆବେଦନକାରୀ ଅପର ପକ୍ଷ ଠାରୁ ପାଇଥିଲେ।