Hot Posts

6/recent/ticker-posts

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫, ୧୮୪୧ ଟି ମାମଲା ଫଇସଲା

କଳାହାଣ୍ଡି, ୧୩ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ ବର୍ଷ ୨୦୨୫ ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ତା ୧୩.୦୯.୨୦୨୫ ରିଖ(ଶନିବାର) ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୁକରଣ ଅଧ୍ୟକ୍ଷ, ଶ୍ରୀ ଅନୁପ ରଞନ ପଟ୍ଟନାୟକ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାକରଣ ସ୍ନିଗଧା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୨୦ ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟ. ୧,୨୨,୬୫,୮୩୮/- ଙ୍କା ପ୍ରଦାନ କରାଯାଇଥିଲା । ସେହିପରି ୨୧ ଟି ଦେବାନୀ ମକଦ୍ଦମା ଫଇସଲା କରାଯାଇଥିଲା, ବିଚାର ଯୋଗ୍ୟ ୨୧୭ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇଥିଲା ଏବଂ NI Act Cases (ଦଫା- ୧୩୮) 15 ଟି ଫଇସଲା କରାଯାଇ ଟ.୩୮,୯୫,୧୮୧ |- ଙ୍କା ଆଦାୟ କରାଯାଇଥିଲା । ବିବାହ ଜନିତ ମକଦମା ୭ ଗୋଟି ଫଇସଲା କରାଜାଇଥିଲା । ରାଜସ ମକଦ୍ଦମା ୯୯୯ଟି ଫଇସଲା କରାଯାଇ ଟ.୮,୫୦, ୭୦୭ |- ଙ୍କା ଆଦାୟ କରା ଯାଇଥିଲା ଓ ୫୨୨ ଟି ପ୍ରାକ ମୋକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ଟ୧,୪୯,୩୭,୮୮୭. ଙ୍କା ଆଦାୟ କରାଯାଇଥିଲା। ଲୋକ ଉପଯୋଗି ସେବା ସମ୍ବନ୍ଧୀୟ ବିବାଦ ୨୫ ଗୋଟି ଫଇସଲା କରାଯାଇ ଟ.୬୪୦୦/-ଙ୍କା ଆଦାୟ କରାଯାଇଥିଲା । ୧୩ ଗୋଟି ମୋନି ରିକୋଭରି କେଶ ଫଇସଲା କରାଯାଇ ଟ. ୧୩୨୯୮୬୦/- ଙ୍କା ସମାଧାନ କରାଯାଇଥିଲା । କନ୍‌ଜୁମର ବିବାଦ ୨ ଗୋଟି ମାମଲା ଫଇସଲା କରାଯାଇ ଟ.୩୧୬୩୪୧/- ଙ୍କା ସମାଧାନ କରାଯାଇଥିଲା। ଏହି ଲୋକ ଅଦାଲତରେ ଭିଜଲାନ୍ସ ଜଜ୍ ଶ୍ରୀ ବଦ୍ରି ନାରାୟଣ ନନ୍ଦ, ପରିବାର ଅଦାଲତ ଜଜ୍, ରାଜଶ୍ରୀ ମହାପାତ୍ର, ସିନିୟର ସିଭିଲ ଜଜ୍, ସୁଦିପ୍ତା ଦେହୁରି, ସିନିୟର ସିଭିଲ ଜଜ୍ ମହିଳା କୋର୍ଟ,ମନସନି ରଥ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧୁକରଣ, କଳାହାଣ୍ଡି, ସ୍ନିଗଧା ପଣ୍ଡା, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅନୁରାଧା ଶର୍ମା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତି ପୁଜା ପ୍ରିୟଦର୍ସୀନି ପତି ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ୍ (FTSC) ଯଦୁମଣି ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ । ବିମାକମ୍ପାନୀ ଓକିଲ ଦିବ୍ୟରଞନ ବହିଦାର, ପରମାନନ୍ଦ,ସୁରେସ କୁମାର ପାତ୍ର ଓ ଓକିଲ ସଂଘ ସଭାପତି ସୁଧାଂସୁ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ