ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆଲୋଚନା ପାଠଚକ୍ର
କନ୍ଧମାଳ, ୧୨/୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନ ପଡା କୁଇଦିନା ଇନ୍ଦିରାଗାନ୍ଧୀ ସ୍ନାତକ ମହାବିଦ୍ୟାଳୟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ୱାରା ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ବରେ କରାଯାଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ଫିରିଙ୍ଗିଆ ଓଡିଆ ଅଧ୍ୟାପକ ଡଃ ବିରଞ୍ଚିନାରାୟଣ ସାହୁ ଓ ସମ୍ମାନୀତ ଅତିଥି ରୂପେ ମହାବିଦ୍ୟାଳୟ ଅଧ୍ୟାପିକା ସସ୍ମିତା ପାଳ , ଅଧ୍ୟାପିକା ସୁଶ୍ରୀ ଶୁଭସ୍ମିତା ଦିଗାଲ ଯୋଗଦେଇ ଥିଲେ । କବିସୂର୍ଯ୍ୟ ବଳଦେବ ରଥଙ୍କ " କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ " ବିଷୟରେ ଆଲେଚନା କରାଯାଇଥିଲା । ରାଧା ,କୃଷ୍ଣ ଭକ୍ତି ଭାବ ଓ ସୃଙ୍ଗାର ଭାବକୁ ଏବଂ ସଖୀ ଲଳିତାଙ୍କ ଉପରେ ଆଲୋକପାତ ହୋଇଥିଲା । ଉପସ୍ଥାପକ ଶ୍ରୀ ସରୋଜ କୁମାର ପ୍ରଧାନ ଯୁକ୍ତ ତିନି ବର୍ଷ କଳା ଛାତ୍ର ପାଠ କରିଥିଲେ । ଶେଷରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଅକ୍ଷୟ କୁମାର ଦିଗାଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।