Hot Posts

6/recent/ticker-posts

ରାୟଗଡ଼ା ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ୧୯ କାଉନସିଲରଙ୍କ ଅନାସ୍ଥା ପ୍ରସ୍ତାବ

ରାୟଗଡ଼ା, ୧୧ / ୦୯ ( ଭି. ଗୌରି ଶଙ୍କର ରାଓ ) :ରାୟଗଡ଼ା ବିଜେଡି ଦଳର ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌ ଏନ୍ ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା ବିଜେଡି ଛାଡ଼ିବା ପରେ ବର୍ତ୍ତମାନ ରାୟଗଡ଼ା ଜିଲା ବିଜେଡିରେ ଘନେଇଛି ବିବାଦ।ଫଳସ୍ବରୂପ ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ୧୯ ଜଣ କାଉନସିଲର କାର୍ଯ୍ୟରେ ଅସହଯୋଗ ନେଇ ଏକ ଅନାସ୍ଥା ପ୍ରସ୍ତାବ ଆଜି ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ପ୍ରଦାନ କରିଛନ୍ତି।କାଉନସିଲରମାନଙ୍କ ଅଭିଯୋଗ ଅନୁସାରେ, ଉପାଧ୍ୟକ୍ଷା ଶୁଭ୍ରା କାଉନସିଲରଙ୍କ ମତାମତ ଗ୍ରହଣ ନ କରିବା ସହିତ ଉନ୍ନତି କାର୍ଯ୍ୟରେ ସହଯୋଗ କରୁ ନ ଥିବା ଅଭିଯୋଗ କହିଛନ୍ତି।ଏନେଇ ୧୦ ତାରିଖରେ କାଉନସିଲର ଏକ ବୈଠକ କରି ଉକ୍ତ ବୈଠକର ଆଲୋଚନାରେ ହୋଇଥିବା ନିଷ୍ପତ୍ତିର ଏକ ସହମତି ପତ୍ର ପ୍ରଦାନ କରିଛନ୍ତି।ତେବେ ଏହି ଅନାସ୍ଥା କେତେ ଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।ତେବେ ଏନେଇ ଶୁଭ୍ରାଙ୍କୁ ପଚାରିବାରୁ ଏହା ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟରେ କରାଯାଇଛି। ପୂର୍ବତନ ରାଜ୍ୟସଭା ଏମ୍‌ପି ଏନ୍‌ ଭାସ୍କର ରାଓ ବିଜେଡିରୁ ଇସ୍ତଫା ଦେବା ପରେ ନିଜ ସ୍ବାର୍ଥ ପାଇଁ କାଉନସିଲରମାନଙ୍କୁ ଚାପ ପକାଇ ଏହିଭଳି କରୁଛନ୍ତି ବୋଲି କହିଛନ୍ତି। କାଉନସିଲରମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛନ୍ତି ଶୁଭ୍ରା ପଣ୍ଡା।