Hot Posts

6/recent/ticker-posts

ଗୋଛାପଡା ବ୍ଲକ ଗଠନ କେବେ ? ଜିଲ୍ଲାପାଳଙ୍କୁ ଭେଟି ପୁଣିଥରେ ଆଲୋଚନା କଲେ ଅଞ୍ଚଳବାସୀ ।

କନ୍ଧମାଳ, ୧୨/୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାରେ ଫିରିଙ୍ଗିଆ ବ୍ଲକ ଏକ ଜିଲ୍ଲାର ଦିତୀୟ ବୃହତ ବ୍ଲକ ହୋଇ ଥିବାରୁ ଅଞ୍ଚଳବାସୀଙ୍କ ଗୋଛାପଡାକୁ ନୂତନ ବ୍ଲକ ଗଠନ ପାଇଁ ଦୀର୍ଘ ବର୍ଷରୁ ଦାବି କରିଆସୁଛନ୍ତି । ସୂଚନା ପ୍ରକାରେ ଫିରିଙ୍ଗିଆ ବ୍ଲକ ଟି ୨୪ ପାଞ୍ଚୟତ କୁ ନେଇ ଗଠିତ ହୋଇଥିବା ବେଳେ ସାରା ଅଞ୍ଚଳ ପାହାଡ଼ିଆ ଘେରା ଅଞ୍ଚଳ ହୋଇ ଥିବାରୁ ଲୋକ ମାନେ ଯେକୌଣସି ମୌଳିକ ସୁବିଧା ପାଇଁ ବ୍ଲକ କାର୍ଯ୍ୟାଳୟକୁ ଯିବା ଆସିବା ପାଇଁ ପ୍ରାୟ ୯ ଗୋଟି ପଞ୍ଚାୟତ ୩୦ ରୁ ୮୦ କିଲୋମିଟର ବହୁ ଦୂରତା ଓ ଗମନାଗମନର ସୁବିଧା ନ ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଅଞ୍ଚଳବାସୀ ପୂର୍ବରୁ ୧୯୯୫ ,୨୦୧୦ ,୨୦୧୮ ମସିହାରେ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଦାବି ଜଣାଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୈାଣସି ଫଳପ୍ରଦ ମିଳି ପାରିନାହିଁ । ଏହାକୁ ନେଇ ଗୋଛାପଡା, ସଲାଗୁଡା, ପଲାବୃଡି, କ୍ରାଣ୍ଡିବାଲି, ପକାରୀ, ବାଲନ୍ଦା ପଡା,ଲୁଇସିଂ ପାହିରାଜୁ, କୁଏରମାଣ୍ଡୁ, ପଞ୍ଚାୟତ ଅଞ୍ଚଳବାସୀ ମିଳିତଭାବେ ପୂର୍ବତନ ବିଧାୟକ ଅଙ୍ଗଦ କହଁର ଓ ଅଞ୍ଚଳର ବୁଦ୍ଧିଜୀବି ମାନଙ୍କୁ ନେଇ ଏକ ମଞ୍ଚ ଗଠନ କରି ବ୍ଲକ ଗଠନ ପାଇଁ ଦାବି କରିଆସୁଛନ୍ତି ଗୁରୁବାରଦିନ ପୁଣି ଥରେ ଗୋଛାପଡା ଠାରେ ବୈଠକ କରି ଏକ ଟିମ୍ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ଏଥିରେ ପୂର୍ବତନ ବିଧାୟକ ଅଙ୍ଗଦ କହଁର, ଆଞ୍ଚଳିକ ବିକାଶ ପରିଷଦ ସଭାପତି ତଥା ସଲାଗୁଡା ସରପଞ୍ଚ ରୋହିତ କହଁର, ଆଞ୍ଚଳିକ ବିକାଶ ପରିଷଦ ଯୁଗ୍ମ ସମ୍ପାଦକ ତଥା ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର, ପଲାବୃଡି ସରପଞ୍ଚ ଲୀଳାବତୀ କହଁର, ଆଞ୍ଚଳିକ ବିକାଶ ପରିଷଦ ଉପଦେଷ୍ଟା ବିଷ୍ଣୁଚରଣ ମଲିକ, ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁର ଓ ଆଞ୍ଚଳିକ ବିକାଶ ପରିଷଦ ଯୁଗ୍ମ ସମ୍ପାଦକ ତଥା ସମାଜ ସେବୀ ଅର୍ଜୁନ କହଁର ପ୍ରମୁଖ ସାମିଲ ହୋଇ ଜିଲ୍ଲାପାଳଙ୍କୁ ଭେଟି ଜଣାଇ ଥିଲେ ।