Hot Posts

6/recent/ticker-posts

ପାତ୍ରପୁଟ ଠାରେ ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଅଞ୍ଚଳବାସୀଙ୍କ ଦାବୀ |

ତେନ୍ତୁଳୀଖୁଣ୍ଟି, ୨୧ / ୦୯ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ର ତେନ୍ତୁଳୀଖୁଣ୍ଟି ବ୍ଳକ ଅନ୍ତର୍ଗତ ପାତ୍ରପୁଟ ଗ୍ରାମ ପଂଚାୟତ ଠାରେ ଏକ ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି |ଏଥିପାଇଁ ଆଜି ସ୍ଥାନୀୟ ବୁଦ୍ଧିଜୀବୀ, ଜନ ପ୍ରତିନିଧି, ଶିକ୍ଷିତ ବ୍ୟକ୍ତି ତଥା ଭଦ୍ର ବ୍ୟକ୍ତିମାନେ ପାତ୍ରପୁଟ ପଂଚାୟତ ସଦର ମହକୁମା ସ୍ଥିତ ଆରଏମସି ଗୋଦାମ ପରିସ ର ଠାରେ ଏକ ବୈଠକ କରି ଏହି ବିଷୟ ବସ୍ତୁ ଉପରେ ପ୍ରାଞ୍ଜଳ ଭାବେ ଆଲୋଚନା କରିବା ସହିତ ଆସନ୍ତା ସମବାର ଦିନ ଗ୍ରୀବିନ୍ସ ରହି ଥିବାରୁ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯିବା ନେଇ ସ୍ଥିର କରିଛନ୍ତି |ପ୍ରକାଶ ଥାଉକି, ତେନ୍ତୁଳୀଖୁଣ୍ଟି ବ୍ଳକର ଇନ୍ଦ୍ରାବତୀ ପଂଚାୟତ ସଦର ମହକୁମା ଠାରେ କେବଳ ଗୋଟିଏ ମାତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପିତ ହୋଇଛି | ବର୍ତ୍ତମାନ ତେନ୍ତୁଳୀଖୁଣ୍ଟି ଓ ପୂଜାରୀଗୁଡା ଠାରେ ଦୁଇଟା କଲେଜ ଖୋଲାଯାଇଛି |ହେଲେ ଉଭୟ କଲେଜର ବର୍ତ୍ତମାନ ନାମଲେଖା ପ୍ରକ୍ରିୟା ଚାଲୁରହିଛି |
ଉଭୟ ସ୍ଥାନରେ ନୂତନ କଲେଜ ସ୍ଥାପିତ ହେବା ପରେ ମଧ୍ୟ ପାତ୍ରପୁଟ ଓ ତାର ଆଖପାଖ ପାଞ୍ଚ ଖଣ୍ଡ ପଂଚାୟତର ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ପାଠ ପଢିବା କାଠିକର ପାଠ ହୋଇପଡିବ ବୋଲି ବୁଦ୍ଧିଜୀବୀ ଓ ଜନ ପ୍ରତିନିଧି ମାନେ ମତ ପ୍ରକାଶ କରିଛନ୍ତି |ଉଭୟ କଲେଜ ପାତ୍ରପୁଟ ତଥା ଆଖପାଖ ପଂଚାୟତ ଠାରୁ 17 କି,ମି ଦୂରରେ ସ୍ଥାପିତ ହୋଇଥିବାରୁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ନେଇ ମତ ପ୍ରକାଶ ପାଇଛି ଏବଂ ପ୍ରତି ବର୍ଷ ଏହି ଅଂଚଳ ରୁ 400ରୁ 500 ଛାତ୍ର ଛାତ୍ରୀ ଦଶମ ପାସ୍ ପରେ ଅଧିକାଂଶ ଉଚ୍ଚ ଶିକ୍ଷା ପୋଡି ପାରୁ ନାହାନ୍ତି |ତେଣୁ ପାତ୍ର ପୁଟ ଠାରେ ଏକ ନୂତନ କଲେଜ ସ୍ଥାପନ କରାଗଲେ ପାତ୍ରପୁଟ ପଂଚାୟତ ସହିତ ପାତ୍ରପୁଟ ଆଖପାଖରେ ଥିବା ପାଞ୍ଚ ଗୋଟି ପଂଚାୟତର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ବେସ ସୁବିଧା ଜନକ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ, ଆଇନ ଜିବି ଓ ଜନ ପ୍ରତିନିଧି ମାନେ ମତ ପ୍ରକାଶ କରିବା ସହିତ ଏନେଇ ସରକାରଙ୍କୁ ଦାବୀ ଜଣେଇବା ପାଇଁ ଆଜିର ବୈଠକରେ ସ୍ଥିର କରାଯାଇଛି | ବୈଠକ ଆବାହକ ପ୍ରହ୍ଲାଦ ହିଆଲ ,,ସହିତ ପିତାମ୍ବର ବିଷୟୀ, ଜିଲ୍ଲା ପରିଷଦ ସଭ୍ୟା କ୍ରିଷ୍ଣା ମଞ୍ଜୁରୀ ବିଷୟୀ ,ବ୍ଲକ ଉପାଧକ୍ଷ ରାଜେନ୍ଦ୍ର ବିଶୋଇ, ଦିଲ୍ଲୀପ ପ୍ରଧାନୀ ଡୋମୁରୁ ଭତ୍ରା, ପ୍ରଭାତି କନ୍ଦ, ଭବାନୀ ବିଷୟୀ, ଜୀବନ ଟାକ୍ରୀ, ଲଷ୍ମଣ ବିଷୋୟୀ, ଗୋପାଳ ସାହୁ, ଭବାନୀ ମହାପାତ୍ର, ପୁରୁତ୍ତମ ବିଶୟୀ, ଚନ୍ଦନ ଚରଣ ବିଷୋୟୀ,ଝରୀଗାଁ ଗୁମା ସରପଞ୍ଚ ମୋନମୋହନ ଦଳପତି,ପାତ୍ର ପୁଟ ସରପଞ୍ଚ,ଶିବାନନ୍ଦ ପ୍ରଧାନୀ,ଙ୍କ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l