ରାସ୍ତା ଉପରେ ଚାଲିଛି ମଦ ବେପାର, ଆଇନ ଅନୁସାରେ ନା ବେଆଇନ?
ଝାରବନ୍ଧ , ୨୦ / ୦୯ : ଓଡ଼ିଶା ର ବରଗଡ଼ ଜିଳ୍ଲା ଝାରବନ୍ଧ ବ୍ଲକ ଚଣ୍ତିଭଟା ଗ୍ରାମ ପଞ୍ଚାୟତ ଅଡାପାଣି ମଦଭାଟି ର ଏହି ଚିତ୍ର ,ରାସ୍ତାରେ ଜିବା ଆସିବା କରୁଥିବା ଲୋକଙ୍କ ପ୍ରତି ଅଡ଼ୁଆ ସୃଷ୍ଟି କରୁଛି ଏହି ମଦ ଦୋକାନ ଗୁଡ଼ିକ! Google ସୁତ୍ରରୁ ଜାହା ଜଣାପଡ଼ୁଛି ଯେ ବେଆଇନ ଭାବେ ମଦ ବେପାର ଚାଲିଛି ଝାରବନ୍ଧ ବ୍ଲକ ର ଅନେକ ସ୍ଥାନରେ! ଏ ମଦ ବେପାରୀ ମାନେ କାହାର ନିର୍ଦ୍ଦେଶନାରେ ଏପରି ବେପାର ଚଲେଇଛନ୍ତି କାହାରିକୁ ଖାତିର କରୁ ନାହାନ୍ତି ସେଇଟା ବଡ଼ ପ୍ରଶ୍ନ, ସ୍ଥାନୀୟ ପୋଲିସ ପ୍ରଶାସନ ଦେଖି ଦେଖି ଅଣଦେଖା କରୁଛନ୍ତି ବୋଲି ସଂଦେହ ସୃଷ୍ଟି ହେଉଛି ଜନସାଧାରଣ ମହଲରେ । Google ତଥ୍ୟ ଅନୁସାରେ ଗ୍ରାମାଞ୍ଚଳରେ ରାସ୍ତା ରୁ 220 ମିଟର ଦୂରରେ ମଦ ଦୋକାନ ମଦ ବେପାର କରିପାରିବେ, କିନ୍ତୁ ଏଠି ସମ୍ପୁର୍ଣ୍ଣ ରାସ୍ତା ଉପରେ ମଦ ବେପାରୀ ଦୋକାନ ଖୋଲିକି ବସିଛନ୍ତି ଏବଂ କେତେକ ସ୍ଥାନରେ ବିନା ଲାଇସେନ୍ସ ରେ ମଧ୍ୟ ମଦବେପାର ହେଉଥିବା ଖବର ସୂତ୍ର ରୁ ଜଣାପଡୁଛି! ଏଥି ପ୍ରତି ସ୍ଥାନୀୟ ପ୍ରଶାସନ କାହିଁକି ନିରବ ରହୁଛି ତାହା ଏକ ରହସ୍ୟମୟ ପ୍ରଶ୍ନ..? ଏମିତି ଚାଲିଥିଲେ ରାସ୍ତା ରେ ଦୁର୍ଘଟଣା ଘଟିବାର ଆଶଙ୍କା ଆହୁରି ବଢି ବଢି ଚାଲିଥିବ ଆମର ଅନୁରୋଧ ଏଥିପ୍ରତି ଧ୍ୟାନ ଦିଅନ୍ତୁ ଅତି ସିଘ୍ର ଝାରବନ୍ଧ ବ୍ଲକ କୁ ବେଆଇନ ମଦ ରୁ ମୁକ୍ତ କରନ୍ତୁ।