ଗଞ୍ଜେଇ ବେପାର ପଡିଲା ମହଙ୍ଗା
ଜୟପାଟଣା, ୧୯ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବନ୍ଧପଡାର ଏକ ଘରେ ଗଞ୍ଜେଇ ବେପାର ଦୀର୍ଘ ଦିନ ରୁ ଚାଲିଥିବା ବେଳେ ମାଡି ବସିଲା ଜୟପାଟଣା ଅବକାରୀ ବିଭାଗ ଏ ନେଇ ଜଣେ ୬୮ ବର୍ଷୀୟ ବୃଦ୍ଧା କାଞ୍ଚନ ସେଠୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ ଜୟପାଟଣା ବନ୍ଧପଡାର ଏକ ଘରେ ଦୀର୍ଘ ଦିନ ରୁ ଚୋରା ଗଞ୍ଜେଇ ବିକ୍ରି ହେଉଥିଲା । ଏ ନେଇ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଧର୍ମଗଡ଼ ରେଞ୍ଜ ଇନିସ୍ପେକ୍ଟର ସୁଧାଂଶୁ ମୁଣ୍ଡା ଙ୍କ ନେତୃତ୍ୱରେ ଜୟପାଟଣା ଅବକାରୀ ଅଧିକାରୀ ନରେନ୍ଦ୍ର ମିଞ୍ଜ ସହ ତାଙ୍କ ଟିମ ଆଜି ସକାଳୁ କାଞ୍ଚନ ଙ୍କ ଘର କୁ ଚଢ଼ାଉ କରିଥିଲା। ସେଠାରୁ ୫ କେଜି ଗଞ୍ଜେଇ ପାଇଥିବା ବେଳେ ଉକ୍ତ ଘଟଣାରେ କାଞ୍ଚନ ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
କଳାହାଣ୍ଡି ଜିଲ୍ଲା ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ,