ରାୟଗଡ଼ା,ନୁଆକୋଲନି ସ୍ଥିତ ଶାସକିୟ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ମାନଙ୍କୁ ବିଦ୍ୟାଳୟ ବ୍ୟାଗ୍ ଓ ଶିକ୍ଷା ସାମଗ୍ରୀ ବଣ୍ଟନ କାର୍ଯ୍ୟ କ୍ରମ ।
ରାୟଗଡ଼ା, ୨୦ / ୦୯ ( ଭି. ଗୌରି ଶଙ୍କର ରାଓ ) : ନୁଆକୋଲ ସ୍ଥିତ ଶାଷକିୟ ପ୍ରାଥମିକ ବିଦ୍ୟାଳୟ ରେ ଫୁଜ୍ୟନ ଫାଇନାନ୍ସ ଲିମିଟେଡ ତରଫରୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ୍ ବ୍ୟାଗ୍ ଓ ଶିକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟ କ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଚଞ୍ଚଳା ତାଡ଼ିଙ୍ଗି ଏବଂ ସହଯୋଗୀ ବିଦ୍ୟାଳୟ କର୍ମଚାରୀ ମାନେ ଉପସ୍ଥିତ ରହିଥିବା ବେଳେ ,ଫିଉଜନ ଫାଇନାନ୍ସ ଲିମିଟେଡର ନିମ୍ନ ଲିଖିତ କର୍ମକର୍ତ୍ତା ମାନେ ରହିଥିଲେ । 1- ମୁଖ୍ୟ ଅତିଥି ଭାବରେ ଶ୍ରୀ ବିଦ୍ୟୁତ୍ କୁମାର ପରିଚ୍ଛା, ଶ୍ରୀ ରମେଶ ଚନ୍ଦ୍ର ପାଣି ,ଏବଂ ଡିଭି ଜିନାଲ ମ୍ୟାନେଜର - ଶ୍ରୀ ବସନ୍ତକୁମାର ଶତପଥୀ , ଟ୍ରେନିଂ ମ୍ୟାନେଜର - ଶ୍ରୀ ସାଇକ୍ ନୟମ, ଏରିଆ ମ୍ୟାନେଜର - ଶ୍ରୀ ପ୍ରଭାତ କୁମାର ସାହୁ ,ଆଡ ମିନ୍ - ଶ୍ରୀ ଲୋକନାଥ ସାହୁ ,ଓ ନିଖିଲ କୁମାର । H R - ଶ୍ରୀ ଆକାଶ କୁମାର ରଣା ପ୍ରମୁଖ ଉପସ୍ଥିତି ରହିଥିଲେ । ଏହି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ର ବିଷୟ ଶିକ୍ଷୟତ୍ରୀ ଚଞ୍ଚଳା ତାଡିଙ୍ଗି ଙ୍କ ନେତୃତ୍ୱରେ ଏହି କାର୍ଯ୍ୟ କ୍ରମ ଆୟାଜନ ହୋଇଥିଲା ଏବଂ ବିଶିଷ୍ଟ ଅତିଥି ମାନେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ଶିକ୍ଷା ଓ ଶିଷ୍ଟାଚାର ସମନ୍ଧେ ଆଲୋଚନା କରି ଉତ୍ସାହିତ କରିଥିଲେ । ଫିଉଜନ୍ ଫାଇନାନ୍ସ ଲିମିଟେଡ ର ଏହି ପ୍ରକାର ପ୍ରୟାସ କୁ ଉପସ୍ଥିତ ଥିବା ଅଭିଭାବକ ଓ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଖୁବ୍ ପ୍ରଶଂସା କରିଥିଲେ ।