Hot Posts

6/recent/ticker-posts

ଅନ୍ତଦ୍ୟୋୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ

କନ୍ଧମାଳ, ୨୯/୦୯ (ଅଚ୍ୟୁତ ଜାନୀ) : ଆଜି ଯଶ୍ୱସୀ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଓଡ଼ିଶାର ଝାରସୁଗୁଡ଼ାକୁ ଆସି ଅନ୍ତଦ୍ୟୋୟ ଗୃହ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ପକ୍ଷରୁ ବିଡ଼ିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହୀନିପତିଙ୍କ ତତ୍ତ୍ୱାବଧାନରେ ଶନିବାର ଦିନ ବ୍ଲକ କାର୍ଯ୍ୟାଳୟ ଠାରେ ୧୩ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ବଣ୍ଟନ ସମୟରେ ଖଜୁରୀପଡ଼ା ସରପଞ୍ଚ ଶ୍ରୀମତୀ ମନୋରଞ୍ଜନୀ ଯାନୀ, ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା,ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ ପ୍ରମୁଖ ଯୋଗଦେଇ ଥିଲେ । ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ୧୪ ଗୋଟି ପଞ୍ଚାୟତରେ ସର୍ବମୋଟ ୧୯୧ ଗୋଟି ହିତାଧିକାରୀ ମାନଙ୍କୁ ସରପଞ୍ଚ ମାନଙ୍କ ଦ୍ବାରା କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ବୋଲିି ବିଡ଼ିଓ ଶ୍ରୀ ବାହିନୀପତି ସୂଚନା ଦେଇଛନ୍ତି ।