Hot Posts

6/recent/ticker-posts

ବିଷାକ୍ତ ଜୀବନାଶକର ସଠିକ ଓ ନିରାପଦ ବ୍ୟବହାର କୃଷକ ପ୍ରଶିକ୍ଷଣ

ସିନାପାଲି, ୨୮/୦୯ (ଶୋଭାରାମ ମହାନନ୍ଦ) : ନୂଆପଡା ଜିଲ୍ଲା ସିନାପାଲି ଅତିରିକ୍ତ କୃଷି ଅଧିକାରୀ ତପସ୍ଵିନୀ ମାଝୀଙ୍କ ସଭାପତିତ୍ବରେ ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ନୂଆପଡାଙ୍କ ଆନୁକୁଲ୍ୟରେ ଏକ କୃଷକ ପ୍ରଶିକ୍ଷଣ ସିନାପାଲି ଠାରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଚାଷ ଜମିରେ କେତେକ ସ୍ଥାନରେ ଚକଡା଼ ପୋକ ଭଳି ଅନେକ ରୋଗ ପୋକ ବ୍ୟାପିବାରେ ଲାଗିଛି। ବିଭିନ୍ନ ମହଲରୁ ଚାଷୀଙ୍କ ଠାରୁ ଅଭିଯୋଗ ହେବା ପରେ ଆଗତୋରା ସଚେତନ ଜାଗ୍ରତ ହେବା ପାଇଁ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କୃଷି ଅଧିକାରୀ ତପସ୍ଵିନୀ ମାଝୀ ଗାଁ ଗାଁ ବୁଲି କିଭଳି ରୋଗ ପୋକ ଦାଉରୁ ଧାନକୁ ବଞ୍ଚାଇ ପାରିବା ସେ ନେଇ ଚାଷୀଙ୍କୁ ବିଭିନ୍ନ ସ୍ଥାନରେ ବ୍ୟକ୍ତିଗତ ଏବଂ ସାମୁହିକ ଭାବେ ସଚେତନ କରୁଥିବାର ଦେଖାଯାଉଛି। ସଚେତନ କରିବା ସହିତ ଯେଉଁମାନେ କୃଷି କାର୍ଯ୍ୟାଳୟ ସିନାପାଲି ଠାରେ ନିଜର ନାମ ପଞ୍ଜିକରଣ କରି କୃଷି ସମ୍ପର୍କିତ ଔଷଧୀୟ ସାର ବିକ୍ରୟ କରୁଛନ୍ତି ସେଠାରୁ ଔଷଧ କିଣି ପ୍ରୟୋଗ କରିବା ସକାଶେ ପରାମର୍ଶ ଦେଉଛନ୍ତି। ତତ୍ ସହିତ ରୋଗ ପୋକ ଲାଗିବାର ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ସ୍ଥାନୀୟ କୃଷି ଗ୍ରାମ ସେବକ ଙ୍କ ପରାମର୍ଶ ନେଇ ପରାମର୍ଶ ଅନୁଯାୟୀ ଔଷଧ ପ୍ରୟୋଗ କରିବାକୁ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳୁଛି। ଯେହେତୁ ଆଉ କିଛି ମାସ ଗଲା ପରେ ଧାନ ଅମଳ କ୍ଷମ ହେବ ତେଣୁ ଏହି ସମୟକୁ ରୋଗ ପୋକ ଦାଉରୁ କିପରି ଧାନ ଚାଷ କୁ ବଞ୍ଚାଇ ହେବ ସେଥି ନିମନ୍ତେ କୃଷି ଅଧିକାରୀ ପଦକ୍ଷେପ ନେଇଛନ୍ତି।